ପାଟଣା/ସଞ୍ଜୁ- ପାଟଣା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ଗଣ୍ଡି ଜବତ । କେନ୍ଦୁଝର ଜିଲ୍ଲା ରେଞ୍ଜ ରାଜନଗର ବିଟ୍ ଅନ୍ତର୍ଗତ କୋଡମଣି ଗାଁ ନିକଟ ପଦ୍ମପୁର ସଂରକ୍ଷିତ ଜଙ୍ଗଲ ଶାଳ ଗଣ୍ଡି ଜବତ କରିଛି ବନ ବିଭାଗ ।ଚଢାଉବେଳେ ୬ ଖଣ୍ଡ କାଠ , ଯାହାର ମୂଲ୍ୟ ୩୦ ହଜାରରୁ ଅଧିକ ହେବ ବୋଲି ବନ ବିବାଗ ଅଧିକାରୀ ସୂଚନା ଦେଇଛନ୍ତି ।
ସୂଚନାଅନୁଯାୟୀ, ବିଳମ୍ବିତ ରାତିରେ ଜଙ୍ଗଲରେ ଗଛ କଟାଯାଉଥିଲା । କୈାଣସି ସୁତ୍ରରୁ ଖବର ପାଇ ବନ ବିଭାଗ କର୍ମଚାରୀ ଚଢାଉ କରି ଉକ୍ତ ଶାଳଗଣ୍ଡିକୁ ଜବତ କରିଛି । ଏହା ସହ ସମସ୍ତ ଖୀରେଇଟାଙ୍ଗିରୀ ବନପାଳ କାର୍ଯ୍ୟାଳୟକୁ କାଠ ଅଣାଯାଇଛି । ଏହି ଚଢ଼ାଉରେ ବନପାଳ ଅମୁଲ୍ୟ ସେନାପତି ବନରକ୍ଷୀ ନଗେନ୍ଦ୍ର ଜେନା ସମେତ ପାରାଷ୍ଟାଫ ସାମିଲ ଥିଲେ।