ପୁରୀ: ୩ ଦିନରେ ଆୟତ ହେଲା ଭୟଙ୍କର ନିଆଁ । ଅଗ୍ନିଶମ କର୍ମଚାରୀଙ୍କ ଦିର୍ଘ ୩୬ ଘଣ୍ଟାର ପରିଶ୍ରମ ପରେ ଲକ୍ଷ୍ମୀ ମାର୍କେଟ କମ୍ପେ୍ଲକ୍ସରେ ଲାଗିଥିବା ନିଆଁକୁ ଆୟତ୍ତ କରାଯାଇଛି । ମିଳିଥିବା ସୂଚନା ଅନୂଯାୟୀ ବୁଧବାର ରାତି ପ୍ରାୟ ସାଢ଼େ ୭ଟାରେ ବଡ଼ଦାଣ୍ଡ ସମ୍ରାଟ୍ ମାର୍କେଟ୍ କମ୍ପ୍ଲେକ୍ସର ତଳ ମହଲାରେ ଥିବା ଏକ ପୋଷାକ ଦୋକାନରେ ସଟ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ସଙ୍ଗେସଙ୍ଗେ ଏହା ସାରା ମାର୍କେଟ୍ କମ୍ପ୍ଲେକ୍ସକୁ ବ୍ୟାପି ଯାଇଥିଲା। ଯେହେତୁ ନିଆଁ ଲାଗିଥିବା ଦୋକାନ ପାଖରେ ପୋଷାକ, ଚପଲ, ପାର୍ଲର, କସମେଟିକ୍ସ ଆଦି ଦୋକାନ ରହିଥିଲା, ଏଥିରେ ଅଗ୍ନି ସଂଯୋଗ ପରେ ପ୍ରକୋପ ବଢ଼ିବାରେ ଲାଗିଥିଲା । ଚାହୁଁଚାହୁଁ ସବୁକିଛି ହୁତୁହୁତୁ ହୋଇ ଜଳିଥିଲା। ପ୍ରଥମେ ପୁରୀ, କୋଣାର୍କ ଓ ଗୋପର ଅଗ୍ନିଶମ ବାହିନୀ ଆସି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମାର୍କେଟ୍ କମ୍ପ୍ଲେକ୍ସର ତଳମହଲାରେ ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ପାଣି ମାଡ଼ କରି ବି ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ପାରିନଥିଲେ । ଷେଶରେ ୩ ଦିନରେ ନିଆଁକୁ ଆତ୍ତ କରାଯାଇଛି ।