ମାନବିକତା ଦେଖାଈଲେ ଭଞ୍ଜନଗର ଉପ ଜିଲ୍ଲାପାଳ

(ରଜନୀ କାନ୍ତ ପାତ୍ର / ହିଞିଳି) ; ଯେତେ ବି ବଡ ପଦବୀରେ ରହନ୍ତୁନା କାହିଁକି କିନ୍ତୁ ମଣିଷ ପଣିଆ ଏବେ ବି ରହିଛି ଜ୍ଝ କୁହାଯାଏ କି ଯେତେବେଳେ ମଣିଷ ବଡ ପଦବୀ କିମ୍ବା ଧନ ଦୌଲତର ଅଧିକାରୀ ହୋଇଥାଏ ସେତେବେଳେ ତାଙ୍କ ଠାରେ ମାନବିକତା ହଜିଯାଏ କିନ୍ତୁ ତାର ବିପରୀତ କରି ଦେଖେଇଛନ୍ତି ପ୍ରଶାସନିକ ସ୍ତରର ଜଣେ ଉଚ୍ଚ ପଦସ୍ତ ଅଧିକାରୀ   । ସେ ହେଉଛନ୍ତି ଭଞ୍ଜନଗର ଉପଖଣ୍ଡର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ଜ୍ଝ ଏମିତି ଅନେକ ଘଟଣା ଦେଖିବାକୁ ମିଳୁଛି ଯେ କୋଭିଡ କିମ୍ବା କୋଭିଡ ସନ୍ଦିଗ୍ଧରେ ମୃତ୍ୟୁ ହେଲା ପରେ ପରିବାର ଲୋକ ମୁହଁ ଫେରେଇ ନେଉଛନ୍ତି ଜ୍ଝ ଗତ କାଲି ରାତ୍ରରେ ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଭଞ୍ଜନଗର ସ୍ଥିତ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର ବା ଡିସିଏଚସିରେ, ଭଞ୍ଜନଗର ଅଞ୍ଚଳର ଜଣେ , ୬୫ ବର୍ଷୀୟ ବ୍ୟକ୍ତି କୋଭିଡ ସଂଦିଗ୍ଦରେ ମୃତ୍ୟୁପରେ ପରିବାର ଲୋକେ  ଶବ ନେବାକୁ ମନା କରିଦେଇଥିଲେ । ଏପରିକି ମୃତ ଦେହକୁ ଛୁଇଁଲେ ନାହିଁ । ଶବ ପଡି ରହିବା ଖବର ଉପଜିଲ୍ଲାପାଳଙ୍କ ପାଖରେ ପହଞ୍ଚିବା ପରେ ନିଜେ ଭଞ୍ଜନଗର ଉପ-ଜିଲ୍ଳାପାଳ ରାଜେନ୍ଦ୍ର ମିଞ୍ଜ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ଉପଜିଲ୍ଲାପାଳ କାର୍ୟ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟକ ବିଶ୍ୱଜିତ ସେଠୀ, ଫକୀର ମୋହନ ସ୍ୱାଇଁ, କନିଷ୍ଠ ରାଜସ୍ବ ସହାୟକ ବଳରାମ ଜାନି ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁରେନ୍ଦ୍ର ସେଠୀ ମିଳିତ ଭାବେ ଉପଜିଲ୍ଲାପାଳଙ୍କ ସହ ଶବକୁ ଉଠେଇ ନେଇ ,ସହରର ଶେଷ ଭାଗରେ ଥିବା ଶ୍ମଶାନରେ ରାତ୍ର ପ୍ରାୟ ୧୨.୩୦ ମିନିଟ ସମୟରେ ଶବଶତ୍କାର କରି ମାନବିକତାର ପରିଚୟ ଦେଇଛନ୍ତି ଜ୍ଝଏହି ଘଟଣା ଏବେ ଭଞ୍ଜନଗର ତଥା ଗଞ୍ଜାମ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।