ପୁଣି ଶ୍ରୀମନ୍ଦିରରେ ଉଚ୍ଛେଦ ଆରମ୍ଭ

(ଗୋପ / ଜୟନ୍ତ କୁମାର ସେଠି) : ଶ୍ରୀମନ୍ଦିରର ୭୫ମିଟର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଥିବା ଗୋପାଳ ଭବନକୁ ଜିଲ୍ଲା ପ୍ରଶାସନ ଉଛେଦ କରିଛି। ପୂର୍ବରୁ ଏହାକୁ ପ୍ରଶାସନ ନିଜ ଦଖଲ ନେଇଥିଲା। ଆଜି ପୋଲିସ ଫୋର୍ସ ଉପସ୍ଥିତରେ ଏହାର ଉଛେଦ କରାଯାଉଛି। ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି କାର‌୍ୟ୍ୟ ଚାଲୁ ରହିଛି । ଉଚ୍ଛେଦକୁ ନେଇ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହି ଥିଲା। ସୁରକ୍ଷା ଦୃଷ୍ଟିରୁ ଉକ୍ତ ଅଂଚଳ କୁ ସିଲ କରାଯାଇ ଥିଲା।