ବାପା ମାଡରେ ଝିଅ ମୃତ

କେନ୍ଦୁଝର(ରିପୋର୍ଟର୍ସ ଟୁଡେ): ବାପାଙ୍କ ମାଡରେ ପ୍ରାଣ ହରାଇଲା ନାବାଳିକା ଝିଅ । ଦୋଷ କେବଳ ଫୋନରେ କଥା ହେଉଥିଲେ । ସେଥିପାଇଁ ମାରି ମାରି ଜୀବନରୁ ଝିଅକୁ ମାରିଦେଲା ବାପ । ସାବତ ଝିଅକୁ ଫୋନରେ କଥା ହେଉଥିବା ଦେଖି ଆକଟ କରିଥିଲେ ବାପ । କିନ୍ତୁ ଏହି ଆକଟ କରି ମାଡ ମାରିବାରୁ ଝିଅଟିର ମୃତ୍ୟୁ ଘଟିଛି । ତେବେ ଏହାପରେ ଦୁଃଖ ସହି ନପାରି ବାପା କୈଳାସ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଚମ୍ପୁଆ ଥାନା ରଘୁଆଳ ସାହିରେ ।
ଗତକାଲି ରାତିରେ ଫୋନରେ କାହା ସହ କଥା ହେଉଥିଲେ ଝିଅ । ଏହା ଦେଖି ସାବତ ବାପା କୈଳାସତାକୁ ଆକଟ କରିବାରୁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ଉତ୍ତ୍ୟକ୍ତ ହୋଇ କୈଳାସ ନାବାଳିକାକୁ ଏକ ବାଡିରେ ନିର୍ଦ୍ଧୁମ ବାଡେଇଥିଲେ । ଫଳରେ ଘଟଣାସ୍ଥଳରେ ନାବାଳିକାଟି ମୃତ୍ୟୁବରଣ କରିଥିଲା । ଏହା ଦେଖି କୈଳାସ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ତେବେ ସଠିକ ସମୟରେ ଘଟଣାସ୍ଥଳରେ ତାଙ୍କ ସ୍ତ୍ରୀ ପହଞ୍ଚିଯିବାରୁ କୈଳାସଙ୍କ ଜୀବନ ବଞ୍ଚିଯାଇଥିଲେ । ଏଥିସହ ତାଙ୍କୁ ଗୁରୁତର ଅବସ୍ଥାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହାପରେ ଘଟଣାସ୍ଥଳରେ ଚମ୍ପୁଆ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।