ଓଡିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା -୨୦୨୨ ର ତାରିଖ ଘୋଷଣା ହୋଇଛି

ଓଡିଶା: ଓଡିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା -୨୦୨୨ ର ତାରିଖ ଘୋଷଣା ହୋଇଛି । ଓଡିଶା ଲୋକସେବା ଆୟୋଗ ଏହା ଘୋଷଣା କରିଛି । ଅକ୍ଟୋବର ୧୫ତାରିଖ ରବିବାର ଦିନ ଏହି   ଓ ସି ଏସ ପ୍ରିଲିମ ପରୀକ୍ଷା  ହେବ। ଏହି ପରୀକ୍ଷା ସମ୍ପର୍କିତ ବିସ୍ତୃତ ବିବରଣୀ ଆୟୋଗ ପରେ ଘୋଷଣା କରିବ ବୋଲି ଆୟୋଗ ପକ୍ଷରୁ କୁହାଯାଇଛି । ଏହା ସହିତ ଏନେଇ ଅଧିକ ସୂଚନା ପାଇଁ ଆୟୋଗର ୱେବସାଇଟ୍କୁ ଯିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି।