ମାମଲା ପଞ୍ଜିକରଣ ହେବାର ୪ ମାସରୁ କମ୍ ସମୟ ମଧ୍ୟରେ ମୟୂରଭଞ୍ଜର POCSO ଆଇନ ଅନୁଯାୟୀ ଆଡହକ୍ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଜାମଦା ପିଏସ୍ ମାମଲା ନଂ ୪/୨୫ ତାରିଖ ୧୩/୧/୨୫ ଧାରା ୧୩୭(୨)/୧୧୫(୨)/୩୫୧(୨) BNS r/w ଧାରା ୬ POCSO ଆଇନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ମାମଲାଟି ପ୍ରାୟ ୨୫ ବର୍ଷ ବୟସର ଅଭିଯୁକ୍ତ ଦ୍ୱାରା ୭ ବର୍ଷର ବାଳକ ଉପରେ ଯୌନ ନିର୍ୟାତନା ସହିତ ଜଡିତ। କୋର୍ଟ ପୀଡିତଙ୍କୁ ୧,୦୦,୦୦୦ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ସୁପାରିଶ କରିଛନ୍ତି। ଏହି ଶୁଣାଣି ଏବେ ପ୍ରମାଣିତ କରୁଛି ଯେ ଏଥର ନ୍ୟାୟ ମିଳିବାରେ ଆଉ ବିଳମ୍ବ ହେବ ନାହିଁ କି ଅଭିଯୋଗ କାରୀ ନ୍ୟାୟ ପାଇବା ପାଇଁ ବାରମ୍ବାର କୋର୍ଟକୁ ଦୌଡିବେ ନାହିଁ ।