ଦୀର୍ଘ ୧୦ଘଣ୍ଟା କାଳ ପଡ଼ିରହିଲା ଶବ

(ଜୟନ୍ତ କୁମାର ସେଠୀ / ଗୋପ) ;  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଗର ପଂଚାୟତ ରେ ଘଟିଛି ଏକ ଅଭାବନୀୟ ଘଟଣା କ୍ଷ ମଶାଣୀକୁ ଶବ ପୋଡ଼ିବାକୁ ନେବା ବେଳେ ଉତ୍ତେଜନା ପ୍ରକାଶ ପାଇଛି କ୍ଷ ଗତ କାଲି ଅପରାହ୍ନ ୪ଟାରେ ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା ଆରମ୍ଭ କରିଥିଲା ହେଲେ ପରିସ୍ଥିତି ଅଣଆୟତଃ ହୋଇ ପରସ୍ପର ମଧ୍ୟରେ ଆକ୍ରମଣାତ୍ମକ ପରିସ୍ଥିତି ଉପୁଜି ଉଭୟପକ୍ଷ ଆହତ ହେବା ଘଟଣା ଘଟିଛି ଜ୍ଝ ଏହି ଘଟଣାଟି କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ାମନ୍ତ୍ରୀଙ୍କ ପଂଚାୟତରେ ଘଟିଥିବା ବେଳେ ଶବ ସଂସ୍କାରକୁ ନେଇ ବିବାଦ ଉପୁଜିବା ଦେଖିବାକୁ ମିଳିଛି ଜ୍ଝ ପ୍ରକାଶ ଥାଉକି,ଦିନାଡ଼ିଆ ପଡାର ପୂର୍ଣ୍ଣାନନ୍ଦ ବେହେରା(୮୫) ତାଙ୍କର ମୃତ୍ୟୁ ହୋଇଥିଲା ଜ୍ଝତେବେ ତାଙ୍କ ଶବକୁ ସଂସ୍କାର ପାଇଁ କାଳିଆକଣ ମଶାଣୀକୁ ନେବାରେ ସେଠାକାର ଲୋକ ବିରୋଧ କରିଥିଲେ ଜ୍ଝ ଶବ ସଂସ୍କାରକୁ ନେଇ ଆରମ୍ଭ ହୋଇଯାଇଥିଲା ରାଜନୀତି ଜ୍ଝ ଶବ ପଡିରହିଥିବା ବେଳେ ଉଭୟ ପକ୍ଷରୁ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ ଜ୍ଝ କାଳିଆକଣ ଲୋକ ଲୋକଙ୍କ ଦାବି ସେମାନଙ୍କ ମଶାଣିରେ ଅନ୍ୟପଡାର ଶବ ପୋଡା ହୋଇପାରିବନି ଜ୍ଝଦିନାଡିଆ ଲୋକ କହିବା କଥା ପଡିରହିଥିବା ଶବ ସେଠାରେ ପୋଡାଯିବା ଜ୍ଝ ଏଭଳି ପରିସ୍ଥି ଉପୁଜିବାରେ ଖବର ପାଇଁ ଅସ୍ତରଙ୍ଗ ପୁଲିସ ଘଟଣା ସ୍ଥଳରେ ପହଞ୍ଚିବାରେ ବି ଉତ୍ତେଜନା ଥମିନଥିଲା ଜ୍ଝ ହଠାତ ଉଭୟ ପକ୍ଷଙ୍କ ମଧ୍ୟରେ ହାତାହାତି ଓ ଟେକାପଥର ମାଡ ଆରମ୍ଭ ହୋଇଯାଇଥିଲା ଜ୍ଝ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଅସ୍ତରଙ୍ଗ ଓ କାକଟପୁର ଥାନା ଅଧିକାରୀ,ନିମାପଡା ଏସଡ଼ିପିଓ ଦେବାଶିଷ ମିଶ୍ର ଓ ପୁଲିସ୍ ଫୋର୍ସ ମୃତୟନ ହେବାକୁ ପଡିଥିଲା ଜ୍ଝସବୁଠାରୁ ବଡ ଦୁଃଖ ଓ ପରିତାପର ବିଷୟ ଯେ ମୃତ ବ୍ୟକ୍ତିଙ୍କ ଶବ ଦୀର୍ଘ ୧୦ଘଣ୍ଟା କାଳ ପଡିରହିବା ପରେ ଶବ ସଂସ୍କାର ହୋଇଥିଲା।