(ଅନୁଗୁଳ / ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲାରେ କରୋନା ଗ୍ରାଫ ବୃଦ୍ଧିକୁ ଦେଖି ଏହାର ମୁକାବିଲା ଉଦେଶ୍ୟରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ୟ୍ୟରତ ୧୦ଜଣ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଜିଲ୍ଲାକୁ ପଠାଇଛନ୍ତି । ବାଲେଶ୍ୱର ଆସିଷ୍ଟାଣ୍ଟ କଲେକ୍ଟର କମଳ ବିହାରୀ ଦାସ ଏବଂ ବିଶ୍ୱନାଥ ବିଶ୍ୱାଳ, କଟକ ଆସିଷ୍ଟାଣ୍ଟ କଲେକ୍ଟର ଲଗ୍ନଜିତ ବେହେରା, ଯାଜପୁର ଆସିଷ୍ଟାଣ୍ଟ କଲେକ୍ଟର ଉମଶେ ଚନ୍ଦ୍ର ଲେଙ୍କା, ପୁରୀ ଆସିଷ୍ଟାଣ୍ଟ କଲେକ୍ଟର କ୍ଷିରୋଦ ଚନ୍ଦ୍ର ସାହୁ, ଢ଼େଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ଶାଶ୍ୱତ ଦାସ, ଢ଼େଙ୍କାନାଳ ଆସିଷ୍ଟାଣ୍ଟ କଲେକ୍ଟର ହରିହର ପଞ୍ଚୁଆତି, ନୟାଗଡ଼ ଆସିଷ୍ଟାଣ୍ଟ କଲେକ୍ଟର ସନ୍ତୋଷ କୁମାର ଦଳବେହେରା, ସମ୍ବଲପୁର ଆସିଷ୍ଟାଣ୍ଟ କଲେକ୍ଟର ଆଦିତ୍ୟ କୁମାର ପଣ୍ଡା ଏବଂ ଜଗତସିଂହପୁର ଆସିଷ୍ଟାଣ୍ଟ କଲେକ୍ଟର ଅକ୍ଷୟ କୁମାର ବଡୁ ପ୍ରମୁଖ ସାମିଲ ଅଛନ୍ତି । ଓଡ଼ିଶା ରାଜସ୍ୱ ସେବା ଅଧିକାରୀମାନେ ଜିଲ୍ଲାରେ କରୋନା ମୁକାବିଲା ରଣନୀତିରେ ସାମିଲ ହେବା ନେଇ ରାଜସ୍ୱ ଏବଂ ବିପର୍ୟ୍ୟୟ ପ୍ରଶମନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।