ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ରମାଦେବୀ କ୍ୟାମ୍ପସ ଯିବେ ମୁଖ୍ୟମନ୍ତ୍ରୀ | ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଓ ରାଜ୍ୟ ସରକାରଙ୍କ ସହ ଭାଗିତାରେ ରାଜ୍ୟର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟରେ ଏକ ବିଶାଳ ପ୍ରେଖ୍ୟାଳୟ ନିର୍ମାଣ ହୋଇଛି | ରମାଦେବୀଙ୍କ ନାମରେ ନାମିତ ଏହି ପ୍ରେଖ୍ୟାଳୟରେ 1 ହଜାର ଲୋକ ବସିବାର କ୍ଷମତା ରହିଛି | 17 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରେଖ୍ୟାଳୟକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହି କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ହେବ 10 ଲକ୍ଷ ଟଙ୍କା | ବିଶ୍ୱବିଦ୍ୟାଳୟ ପାଣ୍ଠିରୁ ଏହି ଖର୍ଚ୍ଚ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ ଦିଆଯାଇଛି | ଏଥିସହ ଉଦଘାଟନି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଓ ସଚିବ ବିଷ୍ଣୁ ପଦ ସେଠି ଉପସ୍ଥିତ ରହିବେ |