କୋଭିଡ ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା

ଭୁବନେଶ୍ୱର : ବାହାର ରାଜ୍ୟରେ ମାସ୍କ୍ ବାଧ୍ୟତାମୂଳକ ପରେ ରାଜ୍ୟ ରେ ଆସିପାରେ ମାସ୍କ୍ ପାଇଁ ନିୟମ। ଏନେଇ ଆଜି ଅପରାହ୍ନ ରେ ମୁଖ୍ୟମନ୍ତ୍ରୀ କରିବେ ସମୀକ୍ଷା। ବର୍ତ୍ତମାନର କୋଭିଡ ସ୍ଥିତି ଓ ଡାକ୍ତର ଖାନା ର ପ୍ରସ୍ତୁତି ନେଇ ହେବ ସମୀକ୍ଷା। ଏହା ସହ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡ଼ିକ ନିଜ ର ତଥ୍ୟ ପ୍ରଦାନ କରିବେ। କୋଭିଡ ରୋଗୀଙ୍କ ପାଇଁ କେତେ ବେଡ୍ ରହିଛି, ଆଇସୋଲେଶନ ରୁମ, ଆଇ.ସି.ୟୁ, ଅକ୍ସିଯେନ୍, ଟେଷ୍ଟିଙ୍ଗ୍ କିଟ୍, ଔଷଧ କେତେ ମହଜୁଦ ରହିଛି ଓ ମ୍ୟାନ ପାୱାର କଣ ରହିଛି ତାର ତଥ୍ୟ ସମସ୍ତେ ପ୍ରଦାନ କରିବେ। ଆଜି ସଂଧ୍ୟା ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବ। ବର୍ତ୍ତମାନ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ଟିପିଆର ରେଟ୍ ଦେଖି କଟକଣା କରାଯିବ। ଆଗକୁ ନୂଆବର୍ଷ ଥିବାରୁ ସମସ୍ତେ ସତର୍କ ରହିବାକୁ ଅନୁରୋଧ।