ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା। ଏଥିରେ ସାଢ଼େ ତିନି କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ। ପର୍ୟ୍ୟାୟକ୍ରମେ ସାରା ରାଜ୍ୟରେ ଏହି କାର୍ଡ ପ୍ରଦାନ କରାଯିବ।’ ଆଜି ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ୭୫ତମ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି।
ଆସନ୍ତା ୨୦ତାରିଖରୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗସ୍ତରେ ଯିବେ। ମାଲକାନିଗିରିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍ଥ କାର୍ଡ ଲୋକଙ୍କୁ ବାଣ୍ଟିବେ। ଅଗଷ୍ଟ ୧୫ ତାରିଖ ଦିନ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱାସ୍ଥ୍ୟ କ୍ଷେତ୍ରରେ ଡିଜିଟାଲ ହେଲ୍ଥ କାର୍ଡ ଆରମ୍ଭ କିରଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଧିନତା ଦିବସରେ ରାଜ୍ୟବାସୀଙ୍କ ପାଇଁ ଏହି ଘୋଷଣା କରିଥିଲେ। ରାଜ୍ୟ ତଥା ଦେଶରେ ୨୦୦ରୁ ଅଧିକ ଡାକ୍ତରଖାନାରେ ଏହି ସ୍ମାର୍ଟ ହେଲ୍ଥ କାର୍ଡ ସୁବିଧା ଲୋକ ପାଇପାରିବେ। ଓଡ଼ିଶାର ୯୬ଲକ୍ଷ ପରିବାର ଓ ସାଢେ ୩କୋଟି ଲୋକ ଏହାଦ୍ୱାରା ଉପକୃତ ହେବେ। ପ୍ରତିବର୍ଷ ମହିଳାଙ୍କ ପାଇଁ ୧୦ଲକ୍ଷ ଓ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ବୀମା ସହାୟତା ମିଳିବ।
ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଏହି କାର୍ଡ ମିଳିବ । ଅନ୍ନପୂର୍ଣ୍ଣା, ଅନ୍ତଦ୍ୟୋୟ ହିତାଧିକାରୀଙ୍କୁ ମଧ୍ୟ ସ୍ମାର୍ଟ ହେଲ୍ଥ କାର୍ଡ ମିଳିବ । ଓଡ଼ିଶା ଓ ସାରା ଦେଶର ୨୦୦ରୁ ଅଧିକ ହସ୍ପିଟାଲରେ ମାଗଣାରେ ଚିକିତ୍ସା ସୁବିଧା । ଓଡ଼ିଶା ବିକାଶର ନୂଆ ମାଇଲଷ୍ଟୋନ୍ ସ୍ଥାପନ କରିଛି । ଓଡ଼ିଶା ତାର ପରିଚୟକୁ ଆହୁରି ଉଜ୍ବଳ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
୨୦୧୮ ଅଗଷ୍ଟ ୧୫ରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ପ୍ରତି ହିତାଧିକାରୀ ପରିବାର ପାଇଁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ଓଡ଼ିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନରେ ଚିକିତ୍ସା ସୁବିଧା ମିଳିବ।