ଭୁବନେଶ୍ୱର; ପୁରୀ ଜିଲ୍ଲା ବଳଙ୍ଗାର ନାବାଳିକାଙ୍କୁ ଏୟାରଲିଫ୍ଟ କରାଯାଇଛି । ଭୁବନେଶ୍ୱର ଏମ୍ସରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏପଟେ ଟୁଇଟ୍ କରି ପ୍ରଭାତୀ ପରିଡା କହିଛନ୍ତି, ସର୍ବୋତ୍ତମ ଚିକିତ୍ସା ପାଇଁ ଆଜି ବଳଙ୍ଗା ପୀଡିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏହି ଘଟଣାରେ ତ୍ୱରିତ ପାଇଁ ମାନ୍ୟବର ଶ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି । ଡାକ୍ତର ପୀଡିତାଙ୍କ ସହ ତାଙ୍କ ପରିବାର ଲୋକେ ଦିଲ୍ଲୀ ଯାଇଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି. ପୁରୀ ଜିଲ୍ଲାର ବଳଙ୍ଗା ଠାରେ ଘଟିଯାଇଥିବା ଅଘଟଣ ପାଇଁ ମୁଁ ଗଭୀର ଭାବେ ମର୍ମାହତ ।

ପୀଡିତାଙ୍କର ସର୍ବୋତ୍ତମ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବେ । ବ୍ୟକ୍ତିଗତ ଭାବେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଝିଅଟିର ତ୍ୱରିତ ଆରୋଗ୍ୟ କାମନା ନିମନ୍ତେ ପ୍ରାର୍ଥନା କରୁଛି ।