ପାଳିତ ହୋଇଯାଇଛି ଶ୍ରୀ ମା ବୁଢ଼ୀ ଜାଗୁଳାଇ ମେଲଣ ଉତ୍ସବ

ବରୀ /ପ୍ରଶାନ୍ତ  ଦ୍ବିବେଦୀ  : ଯାଜପୁର ଜିଲ୍ଲା ବରୀ ବ୍ଲକ ମୁଖ୍ୟ ବଜାର ନିକଟସ୍ଥ ଆନନ୍ଦପୁର ଶ୍ରୀ ଶ୍ରୀ ରାଧାମାଧବ ଜୀୟୂ ସେବାୟତ ଙ୍କ ଆନୁକୁଲ୍ୟରେ ଶ୍ରୀ ମା ବୁଢ଼ୀ ଜାଗୁଳାଇ ମେଲଣ ଉତ୍ସବ ମହା ସମାରୋହରେ ପାଳିତ ହୋଇଛି। ବିଭିନ୍ନ ଗ୍ରାମରୁ ଆସିଥିବା ବିଭବ ଗୁଡ଼ିକ ଆନନ୍ଦପୁର ଠାରୁ ବାହାରି ବରୀ ମୁଖ୍ୟ ବଜାର ଶକ୍ତି ପୀଠ ଠାରେ ମହାପ୍ରଭୁଙ୍କ ମେଲଣ ଉତ୍ସବ ପାଳିତ ହୋଇଥିଲା। ବରୀ ବଜାର ଠାରେ ହରିବୋଲ ହୁଳହୁଳି, ଘଣ୍ଟ, ନାମ ସଙ୍କୀର୍ତ୍ତନ ରେ ପ୍ରକମ୍ପିତ ହେବା ସହିତ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା। ହଜାର ହଜାର ସଂଖ୍ୟାରେ ଲୋକ ମାନେ ମେଲଣ ରେ ଯୋଗ ଦେଇଥିବା ବେଳେ ଘୋଡ଼ା ନାଚ , ଷଣ୍ଢ ନାଚ ସାଙ୍ଗକୁ ବାଡି ଖେଳ ବେଶ୍ ଆକର୍ଷିତ କରିଥିଲା ଦର୍ଶକ ମାନଙ୍କୁ। ଆଜି ଏହି ମେଲଣ ଉତ୍ସବ ରେ ନୂଆଗାଁ, ଶଙ୍କରାକୁଳ, କାଳିକର ମଠ, ବାଗଦା, ଇଚ୍ଛାପୁର ରୁ ଆସିଥିବା ବିଭାନ ଏବଂ ଶ୍ରୀ ଶ୍ରୀ ରାଧା ମାଧବ ଙ୍କ ସହିତ ମିଳନ ହେବା ସହ ଅଭିର ଖେଳ ହୋଇଥିଲା।