ପ୍ରଚାର ଆରମ୍ଭ କଲେ ସମିତି ସଭ୍ୟା ଜ୍ୟୋତି ଛତ୍ରୀଆ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରଣମାଲ ସମିତି ସଭ୍ୟା ପ୍ରାର୍ଥୀନି ଜ୍ୟୋତି ଛତ୍ରୀଆ ଆଜି ମଙ୍ଗଳବାର ଦିନ ପ୍ରଥମ କରି ପ୍ରଚାର ଆରମ୍ଭ କରିଛନ୍ତି।ସେ ଆଜି ଠେଲକୋମୁଣ୍ଡା ଗାଁ ରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଛି। ଶ୍ରୀମତୀ ଛତ୍ରୀଆ ହେଉଛନ୍ତି ଅଞ୍ଚଳରେ ଯୁବ ସାମ୍ବାଦିକ  ତୁଳସି ରାମ ଛତ୍ରୀଆଙ୍କ ସହଧାର୍ମିଣୀ। ଶ୍ରୀ ଛାତ୍ରୀଆ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ହିସାବରେ ଅଞ୍ଚଳର ଲୋକଙ୍କ ସହ ସୁଖରେ ଦୁଃଖରେ ଠିଆ ହୋଇ ସେବା ଯୋଗାଇ ଆସୁଛନ୍ତି। ପ୍ରାୟ ୧୨ବର୍ଷ ହେଲା ସେ ଜଣେ ସମାଜସେବୀ ଓ ସାମ୍ବାଦିକ ଭାବେ କାର୍ଯ୍ୟ କରି ଅଞ୍ଚଳରେ ହେଉଥିବା ବିକାଶରେ ସହଭାଗୀତା ହୋଇଛନ୍ତି।ଅଞ୍ଚଳର ଲୋକଙ୍କ ପ୍ରତି ତାଙ୍କର ବହୁ ବିଶ୍ୱାସ ଓ ଭରସା ରହିଛି।ତେବେ ସେ ଏହାକୁ ନେଇ ଏଥର ତାଙ୍କର ଧର୍ମପତ୍ନୀ ଙ୍କୁ ସମିତି ସଭ୍ୟା ରୂପେ ନିର୍ବାଚନ ମଇଦାନକୁ ଆଣିଛି ବୋଲି କହିଛନ୍ତି।ଜ୍ୟୋତି ଙ୍କ ଚିହ୍ନ କେଟଲି ରେ ବହୁ ସଂଖ୍ୟାରେ ଭୋଟ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି।ନିର୍ବାଚନ ଜିତିଲେ ଅଞ୍ଚଳରେ ଅନେକ ବିକାଶ କରିବା ସହ ଦୁର୍ନୀତି ଦୂର କରାଯିବ ବୋଲି କହିଛନ୍ତି।ତେବେ ଏଥର ପଂଚାୟତ ରେ ତିନି ଜଣ ମହିଳାଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହେଉଛି। ତୁଳସିରାମ ନିକଟରେ ବିଜେଡି ଦଳରେ ଯୋଗ ଦେଇଛନ୍ତି। ତେବେ ଏ ନେଇ ମଧ୍ୟ ତାଙ୍କର ଅଞ୍ଚଳର ପ୍ରତିୱାର୍ଡ ଲୋକଙ୍କ ସହ ଯୋଗାଯୋଗ ରହିଛି। ଜଣେ ଗାଁର ଗନ୍ତିଆ ହୋଇଥିବା ବେଳେ ଗାଁ ଗୋନ୍ତିଆ ହିସାବରେ ତାଙ୍କର ମଧ୍ୟ ଲୋକଙ୍କ ସହ ପରିଚିତ ଅଛି ଓ ଅନ୍ୟ ଜଣେ ଯୁବ କଂଗ୍ରେସ ନେତାଙ୍କ ମା ହୋଇଥିବା ବେଳେ ତାଙ୍କର ମଧ୍ୟ ଅଞ୍ଚଳରେ ନା ରହିଛି।