ବ୍ରିଜ୍ ତଳୁ ଯୁବତୀଙ୍କର ଦରପୋଡା ମୃତଦେହ ଉଦ୍ଧାର…

ଯୁବତୀଙ୍କୁ ମାରି ଜାଳିଦେଲେ । ବଣାଇ ଚାନ୍ଦିପୋଷ ଥାନା କୁମ୍ଭାକେଲା ବ୍ରିଜ ତଳୁ ଯୁବତୀଙ୍କର ଦରପୋଡା ମୃତଦେହ ଉଦ୍ଧାର ହୋଇଛି । ଯୁବତୀଙ୍କ ଗଳକଟା ଅଧା ପୋଡା ମୃତଦେହ ଉଦ୍ଧାର କଲା ପୋଲିସ । ଏଯାବତ ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିିଁ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରୀ ରଖିଛି । ତେବେ ଯୁବତୀଙ୍କୁ କେହି ହତ୍ୟା ପରେ ଜାଳି ଦେଇଥିବା ସନେ୍ଦହ କରାଯାଉଛି ।