(ସାଲେପୁର / ତାରାକାନ୍ତ ନାୟକ ) : ଆଜି ମାହାଙ୍ଗା ନିର୍ବାଚନମଣ୍ଡଳୀର ଜଣେ ପୁରୁଖା କଂଗ୍ରେସ ନେତା ତଥା ମାହାଙ୍ଗା ସାହିତ୍ୟ ସଂସ୍କୃତିର କର୍ଣ୍ଣଧାର ଶିକ୍ଷାବିତ ରବୀନ୍ଦ୍ର କୁମାର ସାହୁଙ୍କ ଦେହାନ୍ତରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ପ୍ରାକ୍ତନ ମନ୍ତ୍ରୀ ସେକ ମତୁଲୁବ ଅଲ୍ଲୀଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା ରବି ସାହୁ ଚିରନିଦ୍ରାରେ ବୋଲି ଖବର ପାଇବା ପରେ ବହୁ ନେତା, ମନ୍ତ୍ରୀ, ବୁଦ୍ଧିଜୀବୀ ଏବଂ ସାଧାରଣ ଜନତା ମଣିଯୋରୀ ଗାଁ’ରେ ପହଂଚି ସେହି ଦିବଂଗତ ସଂସ୍କୃତି ପୁରୁଷଙ୍କ ଅନ୍ତିମ ଦର୍ଶନ କରିଛନ୍ତି । ଏହି ପରିପେକ୍ଷୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କଠାରୁ ଆରମ୍ଭ କରି ଅନେକ ରାଜନୈତିକ,ସାମ୍ବାଦିକ ବ୍ୟକ୍ତି ବିଶେଷ ଯୋଗ ଦେଇ” ରବି ବାବୁଙ୍କ ବିୟୋଗ ମାହାଙ୍ଗା ପାଇଁ ଅପୂରଣୀୟ କ୍ଷତି” ବୋଲି ଦୁଃଖ ପ୍ରକାଶ କରିବା ସହ ସ୍ବର୍ଗତ ସାହୁଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ।