ଲେପୋର୍ସି ମେଡିକାଲ ନିକଟ ରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ପୁରୀ/ ସଞ୍ଜୟ ମହାପାତ୍ର : ପୁରୀ ସି ବୀଚ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡ ଲେପୋର୍ସି ମେଡିକାଲ ନିକଟ ରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି l କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି l ସୂଚନା ଯୋଗ୍ୟ  ଏକ ଅଜଣା ଯୁବକ ଙ୍କ କ୍ଷତ ବିକ୍ଷତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ l ନିଶା କାରବାର ନେଇ କେହି ଦୁର୍ବୃତ୍ତ ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି l କାରଣ ମୃତ ବ୍ୟକ୍ତିଙ୍କ ଦେହରେ ଅନେକ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିବାବେଳେ ବେକ ରେ ମଧ୍ୟ ଗଭୀର ଆଘାତ ଲାଗିଛି l ଘଟଣା ର ଖବର ପାଇ ପୁରୀ ସିଟି ଡ଼ିଏସପି, ସି ବୀଚ ଥାନା ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ପଚରା ଉଚରା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l