ମାର୍ଚ୍ଚ ୧୦ ତାରିଖରୁ ମାଟ୍ରିକ ପରୀକ୍ଷା ଏ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ

0

ଭୁବନେଶ୍ବର : ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ୍‌ ପରୀକ୍ଷା । ଶେଷ ହେବ ମାର୍ଚ୍ଚ ୨୦ ତାରିଖରେ। ଏନେଇ ବୋର୍ଡ ବୋର୍ଡ ପକ୍ଷରୁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ତେବେ ଏହି ପରୀକ୍ଷା ସକାଳ ୮ ରେ ଆରମ୍ଭ ହୋଇ ୧୦ ଟାରେ ସରିବା ନେଇ କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି ।ବୋର୍ଡ କାର୍ଯ୍ୟସୂଚୀ ଅନୁଯାୟୀ, ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା, ଦ୍ବିତୀୟ ଦିନ ଦ୍ବିତୀୟ ଭାଷା ଓ ତୃତୀୟ ଦିନ ତୃତୀୟ ଭାଷା ପରୀକ୍ଷା ହେବ । ୪ର୍ଥ ଦିନ ସାଧାରଣ ବିଜ୍ଞାନ, ୫ମ ଦିନ ସାମାଜିକ ବିଜ୍ଞାନ ଓ ଷଷ୍ଠ ଦିନ ଗଣିତ ପରୀକ୍ଷା ହେବ । ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ ।ଚଳିତବର୍ଷ ୩ ହଜାର ୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୩୩ ହଜାର ୭୧୨ ଛାତ୍ରଛାତ୍ରୀ । ସେହିଭଳି ମଧ୍ୟମାରେ ୨୯୧୪ ପରୀକ୍ଷାର୍ଥୀଙ୍କ ଲାଗି ୧୦୮ଟି କେନ୍ଦ୍ର ଏବଂ ମୁକ୍ତ ବିଦ୍ୟାଳୟରେ ୭୧୮୧ ପରୀକ୍ଷାର୍ଥୀ ଲାଗି ୧୪୬ କେନ୍ଦ୍ର ବ୍ୟବସ୍ଥା କରାଯାଇଛି ।