ସାଲେପୁର/ ଜ୍ୟୋସ୍ନା ରାଣୀ ସିଂହ : କଟକ ଜିଲ୍ଲା ମାହାଙ୍ଗା ଥାନା, କୁଆଁପାଳ ବଜାରରେ ରେଳ ଟିକେଟର କଳା ବଜାରି। କୁଆଁପାଳ ସ୍ଥିତ ଏ – ୱାନ ଅନଲାଇନ୍ ସେଣ୍ଟରରେ ନକଲି ରେଳ ଟିକେଟ କରା ଯାଉଥିବା ର ଖବର ପାଇ ରେଳ ବିଭାଗ କଟକ ଆର ପି ଏଫ୍ ର ଏକ ଛଅ ଜଣିଆ ଟିମର ଚଢାଉ ଜାରି କରି ସମ୍ପୃକ୍ତ ଅନଲାଇନ ସେଣ୍ଟରଟି ଚଳାଉଥିବା ଦୀପକ ସାହୁ ନାମକ ଯୁବକଙ୍କର ବୋଲି ଜଣା ପଡିଛି। ଦୀପକ ଅନେକ ଦିନରୁ ନିଜ ପର୍ସନାଲ ଆଇଡି ରୁ ଗ୍ରାହକ ମାନଙ୍କ ପାଇଁ ରେଳ ଟିକେଟ ବିକ୍ରି କରି ବ୍ୟବସାୟ କରୁଥିଲେ। ଏ ସମନ୍ଧରେ ଗତ କିଛି ଦିନ ହେବ ତାଙ୍କ ଆଇଡିକୁ ରେଳ ବିଭାଗ ସ୍କାନରରେ ରଖିଥିଲା।
ଆଜି ଅତର୍କିତ ଭାବରେ ତାଙ୍କ ଦୋକାନ ଉପରେ ଚଢ଼ାଉ କରାଯାଇଥିଲା । ସ୍ଥାନୀୟ ମାହାଙ୍ଗା ପୋଲିସ ସହାୟତାରେ ସାଇବର ସେଲର ଜଣେ ଅଧିକାରୀଙ୍କ ସହ ଆର ପି ଏଫ୍ ର ସବ୍- ଇନ୍ସପେକ୍ଟର ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଛଅ ଜଣିଆ ଏକ ଟିମ୍ ଚଢାଉ କରି କମ୍ପ୍ୟୁଟର ହାର୍ଡ ଡିସ୍କ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ସଂପୃକ୍ତ ଅନଲାଇନ ସେଣ୍ଟରର ମଲିକ ଦୀପକ ସାହୁଙ୍କୁ ଧାରା ୧୪୧ ରେ ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ତ୍ରିପାଠୀ। ସୂଚନାଯୋଗ୍ୟ ଦୀପକ୍ ରେଳ ବିଭାଗ ର ନିର୍ଧାରିତ ଦର ରେ ଟିକେଟ କିଣି ଚଢା ଦର ରେ ଗ୍ରାହକ ମାନଙ୍କୁ ରେଳ ଟିକେଟ ବିକ୍ରି କରୁଥିଲା।