(ଗୋଲାପ ସାହୁ / କଳାହାଣ୍ଡି) ; କଳାହାଣ୍ଡି ଜିଲ୍ଲା ପେନସନ ଭୋଗି କଳାକାର ସଂଘର ବାର୍ଷିକ ସାଧାରଣ ସଭା ଜୟପାଟଣା ବ୍ଲକ କୋଟପାଡ଼ି ଗ୍ରାମର ଆମ୍ବତୋଟା ରେ ଅନୁଷ୍ଠିତ ହୋଇଯାଇଛି।ସଂଘଠନ ର ସଭାପତି ନାଟ୍ୟ ଭୂଷଣ ପ୍ରଦୀପ ଧଙ୍ଗଡା ମାଝୀ ଓ ସମ୍ପାଦକ ତୀର୍ଥରାଜ ଦଳପତି ଙ୍କ ନେତୃତ୍ୱରେ ହୋଇଥିବା ସଭାରେ ଜିଲ୍ଲାର ପ୍ରତେକ ବ୍ଳକ ରୁ ବହୁ କଳାକାର ଯୋଗ ଦେଇଥିଲେ।ମୁଖ୍ୟମନ୍ତ୍ରୀ କାଳକାର ଯୋଜନାରେ ଜିଲ୍ଲାର ୩୯୫ଜଣ କଳାକାର ମାସକୁ ୧୨ଶହ ଟଙ୍କା ଲେଖାଏଁ ସହାୟତା ପାଉଥିବା ବେଳେ ଏବେ ବି ଅନେକ କାଳକାର ସାମିଲ ହୋଇପାରିନାହାନ୍ତି।କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ କଳା ରହିଛି।ଘୁମୁରା, ସିଙ୍ଗ ବଜା, ମାଦଲୀ, ବନାବାଡ଼ି, ପାଲା, ଢାପ, ନାଟ୍ୟ କଲା,ସଂକିର୍ତ୍ତନ,ମାଇଲା ଝଡ଼, ଡାଳଖାଇ,ରସରକେଳି ଓ ଚଇତପରବ ଓ ବଜା ଶାଳ ପ୍ରମୁଖ।ସାହିତ୍ୟ ଓ କଳା ଜଗତର ଜାଗୃତ ପ୍ରହରୀ ହେଉଛି ଜଣେ କଳାକାର।କିନ୍ତୁ ଏବେ ସେ ଦିନହୀନ ଭାବରେ ଗତି କରୁଛି ।ଦୀର୍ଘ ଦିନ ଧରି କରୋନା କଟକଣା ଲାଗୁ ହୋଇଥିବା ବେଳେ କଳା ପ୍ରଦର୍ଶନ କରି ପେଟପାଟଣା କରୁଥିବା କଳାକାର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି।ତେଣୁ ସରକାର କିଛି ଯୋଜନା ପ୍ରସ୍ତୁତ କରି କଳାକାର ମାନଙ୍କୁ ସହାୟତା ଯୋଗାଇ ଦେବା ସହ ଆତ୍ମନିର୍ଭରଶୀଳ କରିବାକୁ ଦାବି ହୋଇଛି।ବିଭିନ୍ନ ବ୍ଳକ ର କାଳକାର ମାନେ ନିଜ ନିଜର ସୁବିଧା ଅସୁବିଧା ଆଲୋଚନା କରିବା ସହ ଆଗକୁ କିପରି ବଢ଼ିବାରେ ସହଯୋଗ ମିଳିବ ସେ ଦିଗରେ ସଭାପତି ଓ ସମ୍ପାଦକ ଦୃଷ୍ଟି ଆକର୍ଷଣ କରିଥିଲେ।କୋଭିଡ ନିୟମ କୁ ପୁରାପୁରି ପାଳନ କରାଯାଇ ସମସ୍ତ କାର୍ୟ୍ୟ ସମ୍ପାଦନ କରାଯାଇଥିଲା