ଡିଫଥେରିଆ ନେଇ ସ୍ଥିତି ଅନୁଧ୍ୟାନ କଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ

ନାରାୟଣପାଟଣା/ ଦିଲ୍ଲୀପ ଦାସ: ଦଶ ଦିନ ଭିତରେ ନାରାୟଣପାଟଣା ବ୍ଲକ ର ବିଭିନ୍ନ ଗାଁ ରେ ୬ ଜଣ ଶିଶୁ ମୃତ୍ୟୁ ଘଟଣା ର ତଦନ୍ତ କରିବାକୁ ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଦୁଇ ବରିଷ୍ଠ ତଥା ସଚିବ ସ୍ତରୀୟ ଅଧିକାରୀ  ନାରାୟଣପାଟଣା ରେ ପହଂଚି ମୃତ୍ୟୁର କାରଣ ଖୋଜିବାକୁ ଗାଁ ମୁହଁ ହୋଇଛନ୍ତି। ଅଧିକାରୀ ଙ୍କ ସହ ମୃତ୍ୟୁ ହୋଇଥିବା ଶିଶୁର ପରିବାର ବର୍ଗ ଙ୍କ ସଦସ୍ୟ ଙ୍କ ସହ ଆଲୋଚନା କରିଛନ୍ତି ।ବାଲିପେଟା ପଂଚାୟତ ଗତିଗୁଡା  ଗାଁ ର ତିନି ଶିଶୁ ମୃତ ପରିବାର କୁ ଭେଟି  ମୃତ୍ୟୁ ର କାରଣ ପଚାରିବୁଝିଥିଲେ ।ବ୍ଲକ ସଦରଠାରୁ ୬ କିଲୋମିଟର ଦୁରରେ ଥିବା ଗତିଗୁଡା ଗାଁ ରେ ଏପରି ଶିଶୁ ମଡକ ଲାଗିରହିଥିବା ବେଳେ  ଅନ୍ୟପକ୍ଷରେ ଡିଫଥେରିଆ ବ୍ୟାପିଥିବା ଗୁଜବ କୁ ତଦନ୍ତକାରୀ ଦଳ ସମ୍ପୁର୍ଣ ମିଥ୍ୟା ଓ ଗୁଜବ ବୋଲି ଗଣମାଧ୍ୟମକୁ କହିଛନ୍ତି। ଏଯାଏଁ କୈାଣସି ରୋଗୀ ଚିହ୍ନଟ ହୋଇନାହାନ୍ତି। ସାମ୍ପଲ ପଠାଯାଇଛି ,ଦୁଇ ଜଣ ଙ୍କ ଉପରେ ସନ୍ଦେହ କରାଯାଉଛି ଲକ୍ଷଣ ଦେଖି ।ସବୁ ସଙ୍କ୍ରମଣ ଗାଁ ରେ ମେଡିକାଲ ଟିମ୍ ମହଜୁଦ ରହି ମେଡିସିନ ଦେବା ସହ ସଚେତନ କରାଉଛନ୍ତି ।ଯଦି କାହାକୁ ଜର ,କାଶ,ବେକ ଗଳା ଫୁଲା ଥଣ୍ଡା ହୁଏ ତ ତୁରନ୍ତ ମାଗଣା ଚିକିତ୍ସା ପାଇଁ କୈରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଅହୀଛନ୍ତ।