ଦିଲ୍ଲୀ ବିସ୍ଫୋରଣ ପାଇଁ ଆତଙ୍କୀ ବ୍ୟବହାର କରୁଥିଲେ କୋଡ୍ ୱାର୍ଡ଼…

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ସମଗ୍ର ଦେଶକୁ ଥରାଇ ଦେଇଛି। ୧୦ ନଭେମ୍ବର ୨୦୨୫ ସନ୍ଧ୍ୟାରେ ହୋଇଥିବା ଏହି କାର ବିସ୍ଫୋରଣରେ ନଅ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ସାଧାରଣ ଲୋକଙ୍କ ଜୀବନରେ ଆତଙ୍କ ସୃଷ୍ଟି କରିଥିବା ଏହି ଘଟଣା କୌଣସି ଜଣେ ବ୍ୟକ୍ତିଙ୍କ କାର୍ଯ୍ୟ ନୁହେଁ, ବରଂ ଏକ ବଡ଼ ଆତଙ୍କବାଦୀ ନେଟୱାର୍କର ଷଡ଼ଯନ୍ତ୍ର। ତଦନ୍ତ ଏଜେନ୍ସିଗୁଡ଼ିକ ଯେପରି ଗଭୀର ଖୋଳତାଡ଼ କରୁଛନ୍ତି, ସେହିପରି ଆଶ୍ଚର୍ଯ୍ୟଜନକ ରହସ୍ୟ ସାମ୍ନାକୁ ଆସୁଛି। ସବୁଠାରୁ ବଡ଼ ଖୁଲାସା ହେଉଛି ଯେ ଆତଙ୍କବାଦୀମାନେ ସେମାନଙ୍କର କଥାବାର୍ତ୍ତା ଲୁଚାଇବା ପାଇଁ ଚାଟବକ୍ସରେ କୋଡ୍ ଶବ୍ଦ ବ୍ୟବହାର କରିଥିଲେ। ଏହି କୋଡ୍ ଏତେ ସରଳ ମନେହୁଏ ଯେ କେହି ସନ୍ଦେହ ମଧ୍ୟ କରିବେ ନାହିଁ, କିନ୍ତୁ ଏଥିରେ ଲୁଚି ରହିଥିଲା ​​ମୃତ୍ୟୁର ଷଡ଼ଯନ୍ତ୍ର।

ଦାୱତ୍’ର ଅର୍ଥ ବିସ୍ଫୋରଣ କିମ୍ବା ଆକ୍ରମଣ, ସେହିପରି ‘ବିରିୟାନୀ’ର ଅର୍ଥ ବିସ୍ଫୋରକ ସାମଗ୍ରୀ । ସାଇବର ନିରୀକ୍ଷଣରୁ ବଞ୍ଚିବା ପାଇଁ ଏହି କୌଶଳ ଗ୍ରହଣ କରାଯାଇଥିଲା। ତଦନ୍ତ ରିପୋର୍ଟ ଅନୁଯାୟୀ, ଏହା ଶାହିନ ପଠାଇଥିଲେ। NIAର ଡିଜିଟାଲ୍ ଫୋରେନ୍ସିକ ତଦନ୍ତରୁ ଏହି ଖୁଲାସା ହୋଇଛି।ସ୍ପଷ୍ଟ ଭାବରେ ପ୍ରମାଣିତ କରିଛି ଯେ, ଲାଲକିଲ୍ଲା ବିସ୍ଫୋରଣ ଏକ ସଂଗଠିତ ମଡ୍ୟୁଲର କାମ ଥିଲା। ତେବେ ଜୈଶ-ଏ-ମହମ୍ମଦ ଭଳି ପାକିସ୍ତାନଭିତ୍ତିକ ଗୋଷ୍ଠୀ ସହିତ ଲିଙ୍କ୍ ସନ୍ଦେହ କରାଯାଉଛି। NIA ମାମଲାକୁ ନିଜ ହାତକୁ ନେଇଛି। ସାଇବର ସେଲ୍ ଚାଟର ବାକି ସଦସ୍ୟମାନଙ୍କୁ ଟ୍ରାକ୍ କରୁଛି। ଦିଲ୍ଲୀ ପୋଲିସ ହରିୟାଣା, ଉତ୍ତର ପ୍ରଦେଶ ଏବଂ ଜମ୍ମୁ ଓ କାଶ୍ମୀରରୁ ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସାରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା ହାଇ ଆଲର୍ଟରେ ରହିଛି। ସେପଟେ ବିସ୍ଫୋରଣ ଘଟଣାରେ ଆହତମାନଙ୍କର ଚିକିତ୍ସା ଚାଲିଛି ।