ତେଲେଙ୍ଗାନା ସରକାର ଚାଷୀଙ୍କୁ ଦେଇଛନ୍ତି ବଡ ସରପ୍ରାଇଜ

ତେଲେଙ୍ଗାନା; ଚାଷୀଙ୍କ ପାଇଁ ବଡ ଘୋଷଣା । ତେଲେଙ୍ଗାନା ସରକାର ଚାଷୀଙ୍କୁ ଦେଇଛନ୍ତି ବଡ ସରପ୍ରାଇଜ । ଚାଷୀ ଋଣ ଛାଡ କରି ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି ରେବନ୍ତ ରେଡ୍ଡୀ ସରକାର । ମହାବନନଗର ଜିଲ୍ଲାର ଆମିଷ୍ଟାପୁରରେ ତିନିଦିନିଆ କୃଷକ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ।କୃଷକଙ୍କ ଉନ୍ନତି ପାଇଁ ତେଲେଙ୍ଗାନା ସରକାର ପ୍ରତିବଦ୍ଧ ବୋଲି ଏହି ଅବସରରେ କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।ଏଥି ସହିତ ରାଜ୍ୟର ୩ଲକ୍ଷ ୧୩ହଜାର, ୮୯୭ କୃଷକ ପରିବାର ପାଇଁ ଅତିରିକ୍ତ ୨ହଜାର ୭୪୭ କୋଟି ଟଙ୍କାର ଲୋନ ମଧ୍ୟ ଛାଡ଼ କରାଯାଇଛି।