ପ୍ରଳୟଙ୍କରୀ ତାଣ୍ଡବ ରଚିଲା ବାତ୍ୟା ତାଉତେ,୨୩ ବର୍ଷ ମଧ୍ୟରେ ଗୁଜୁରାଟ ପାଇଁ ଏହା ଏକ ବଡ଼ କ୍ଷତି

ପ୍ରଳୟଙ୍କରୀ ତାଣ୍ଡବ ରଚିଲା ବାତ୍ୟା ତାଉତେ। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ସୋମବାର ରାତି ପ୍ରାୟ ୮ଟାରେ ଗୁଜୁରାଟ

(ନୂଆଦିଲ୍ଲୀ) : ପ୍ରଳୟଙ୍କରୀ ତାଣ୍ଡବ ରଚିଲା ବାତ୍ୟା ତାଉତେ। ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ସୋମବାର ରାତି ପ୍ରାୟ ୮ଟାରେ ଗୁଜୁରାଟ ଉପକୂଳ ଛୁଇଁଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୫ କି.ମି ଥିଲା। ବାତ୍ୟା ତାଉତେ ପ୍ରକୋପରେ କର୍ଣ୍ଣାଟକ, ଗୋଆ, କେରଳ ଏବଂ ମହାରାଷ୍ଟ୍ରରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବାତ୍ୟାର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ସବୁକିଛି ଧ୍ଵସ୍ତ ବିଧ୍ଵସ୍ତ ହୋଇଯାଇଛି।

ବାତ୍ୟାକୁ ଦୃଷ୍ଟିରେJ ରଖି ଗୁଜୁରାଟର ବାତ୍ୟା ପ୍ରଭାବିତ ଅଞ୍ଚଳରୁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଗୋଆ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଏବଂ ଡାମନ ଡିଉର ଉପରାଜ୍ୟପାଳଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍ ଯୋଗେ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି। ଏହା ସହ ବାତ୍ୟା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଥା ସମ୍ଭବ ସହାୟତା ଯୋଗାଇ ଦେବା ପାଇଁ କହିଛନ୍ତି।