ଦୁର୍ଘଟଣା ଗ୍ରସ୍ତ ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା
ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ।
(ମୁମ୍ବାଇ) : ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା । ତାଙ୍କ ଗାଡିର ବ୍ରେକ୍ ଫେଲ ହେତୁ ଏହି ଦୁର୍ଘଟଣା ଘଟିଛି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତନୁ ଦୁର୍ଘଟଣାର ଖବର ଦେଇଛନ୍ତି। ଭଗବାନ ମହାକାଳଙ୍କୁ ଦର୍ଶନ କରିବାକୁ ଯାଉଥିବାବେଳେ ଏହା ଘଟିଥିବା ସେ କହିଛନ୍ତି।

ସୂଚନାନୁଯାୟୀ , ଦୁର୍ଘଟଣା ପଛର କାରଣ ବର୍ଣ୍ଣନା କରି ଅଭିନେତ୍ରୀ କହିଛନ୍ତି, ଗାଡିର ବ୍ରେକ୍ ଫେଲ୍ ହେବା ହେତୁ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଫଟୋ ଶେୟାର କରି ସେ କ୍ୟାପସନରେ ଲେଖିଛନ୍ତି – ଆଡଭେଞ୍ଚରରେ ପରିପୂର୍ଣ୍ଣ ଥିଲା ଆଜିର ଦିନ, ଶେଷରେ ମହାକାଳଙ୍କ ଦର୍ଶନ କରିବାକୁ ପହଞ୍ଚିଲି। ମନ୍ଦିରକୁ ଯିବା ବାଟରେ ଏକ ଅଜବ ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ୍ ହେବା ପରେ କାରଟି ଧକ୍କା ହୋଇଛି। କେବଳ କିଛି ଷ୍ଟିଚ୍ ପଡିଛି … ଜୟ ଶ୍ରୀ ମହାକାଳ। ଅଭିନେତ୍ରୀଙ୍କ ଗୋଡରେ ଆଘାତ ଲାଗିଛି, ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି।