ବ୍ୟୁରୋ : KIIT ବିଶ୍ୱବିଦ୍ୟାଳୟରେ ଘଟିଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ସମ୍ବନ୍ଧରେ ନେପାଳର ଦୁଇ ପ୍ରତିନିଧି ଶ୍ରୀ ସଂଜୀବ ଦାସ ଶର୍ମା ଓ ଶ୍ରୀ ନବୀନ ରାଜ ଅଧିକାରୀଙ୍କ ସହ ମାନନୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ଏବଂ ମୁଖ୍ୟ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଆଲୋଚନା କରିଛି।

ଏଥିସହିତ ନେପାଳର ମାନନୀୟା ବୈଦେଶିକ ମନ୍ତ୍ରୀ @Arzuranadeuba ଙ୍କୁ ଭିଡ଼ିଓ କଲ ମାଧ୍ୟମରେ ଘଟଣାର ନିରପେକ୍ଷ ତଦନ୍ତ ସହିତ ନେପାଳର ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛି ।

‘ବସୁଧୈବ କୁଟୁମ୍ବକମ‘ ବିଚାରରେ ବିଶ୍ୱାସ ରଖେ ଏହି ଓଡ଼ିଶା ମାଟି । ମୃତ ଛାତ୍ରୀଜଣଙ୍କ କେବଳ ନେପାଳର ଝିଅ ନୁହେଁ, ସେ ଓଡ଼ିଶା ମାଟିର ମଧ୍ୟ ଝିଅ । ଘଟଣାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ସହିତ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ଆମ ସରକାର ତତ୍ପର ଅଛନ୍ତି। ନେପାଳ-ଭାରତ ସୁସମ୍ପର୍କ ଅକ୍ଷୁର୍ଣ୍ଣ ରହିବ ବୋଲି ଆମେ ବିଶ୍ୱାସ ଦେଉଛୁ ।

ଏହି ସମ୍ବେଦନଶୀଳ ମୁହୂର୍ତ୍ତରେ କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ଏବଂ ବୈଦେଶିକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସରକାରଙ୍କ ତ୍ୱରିତ ପଦକ୍ଷେପରେ ନେପାଳର ବୈଦେଶିକ ମନ୍ତ୍ରୀ ତଥା ସରକାର ସନ୍ତୋଷ ବ୍ୟକ୍ତ କରିଛନ୍ତି ।