ଭ୍ୟାକସିନ ନେଲେ ସୋନୁ ସୁଦ ,ଫ୍ୟାନଙ୍କ ପାଇଁ ଦେଲେ ବାର୍ତ୍ତା

(ମୁମ୍ବାଇ ): କରୋନା ଭାଇରସ କବଳରେ ବଲିଉଡ ଜଗତ । ତେଣୁ ସୁରକ୍ଷା ଦୃଷ୍ଟିରେ କରୋନା ଭ୍ୟାକସିନ ନେଇଛନ୍ତି ବହୁ ଚର୍ଚ୍ଚିତ ସମାଜ ସେବୀ ତଥା ଅଭିନେତା ସୋନୁ ସୁଦ । ପଞ୍ଜାବର ଅମୃତସରରେ ସେ ଭ୍ୟାକସିନ ଗ୍ରହଣ କରିଛନ୍ତି । ଭ୍ୟାକସିନ ନେବା ପରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି । ସୋନୁ ସୁଦ କହିଛନ୍ତି , ‘ମୁଁ ଏହି ଅଭିଯାନରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିଲି କାରଣ ମୁଁ ଭାବୁଛି ଏହା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମେ ଲୋକଙ୍କୁ ଏହି ବିଷୟରେ ଅବଗତ କରାଇବା କରାଇବା ଆବଶ୍ୟକ । କିଛି ଲୋକ ତଥାପି ସନ୍ଦେହ କରୁଛନ୍ତି ଯେ ଟିକା ନିଆଯିବା ଉଚିତ ନା ନାହିଁ।  ପରିବାର ସଦସ୍ୟ ସେମାନଙ୍କ ଘରର ବରିଷ୍ଠ ସଦସ୍ୟଙ୍କୁ ନେବା ଉଚିତ୍ । ଉତ୍ସାହଜନକ ବାର୍ତ୍ତା ଦେବା ଦରକାର । ଯାହା ଭବିଷ୍ୟତରେ ସେମାନଙ୍କୁ ସାହାଯ୍ୟ କରିବ ।