ସ୍ଥାୟୀ ଜମି ପଟ୍ଟା ଦାବିରେ ତହସିଲ କାର୍ୟ୍ୟାଳୟ ଘେରାଉ

0

(ବଲାଙ୍ଗୀର /ମଧୂସୁଦନ ବହିଦାର ) : ବଲାଙ୍ଗୀର ସହରାଞ୍ଚଳରେ ବସବାସ କରୁଥିବା ଭୂମିହୀନ ପରିବାର ମାନଙ୍କୁ ସ୍ଥାୟି ଜମିପଟା ପ୍ରଦାନ ଦାବି ନେଇ ନଗର କଂଗ୍ରେସ ତରଫରୁ ତହସିଲଦାର କାର୍ୟ୍ୟାଳୟ ଘେରାଉ କରାଯାଇଛି।
ସୂଚନା ଅନୁସାରେ ବଲାଙ୍ଗୀର ସହରାଞ୍ଚଳରେ ବହୁ ଗରିବ ଲୋକ ବସବାସ କରୁଥିବା ବେଳେ ଖଣ୍ଡିଏ ବାସ ଉପଯୋଗୀ ଜମି ନଥିବାରୁ ସହର ର ଭିଭିନ୍ନ ଅଞ୍ଚଳର ଅତି ଅସ୍ୱାସ୍ଥ୍ୟକର ଭୂମିହୀନ ଜନତା ବସବାସ କରିବାପାଇଁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଗରିବ ଭୂମିହୀନ ଲୋକେ ସ୍ୱାସ୍ଥ୍ୟ,ଶିକ୍ଷା ଓ ସୁରକ୍ଷାଭଳି ଭିଭିନ୍ନ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି।ସରକାରଙ୍କ ଘୋଷଣା ଅନୁସାରେ ପ୍ରତ୍ୟେକ ଭୂମିହୀନ ପରିବାରକୁ ଚିହ୍ନଟ କରି ସ୍ଥାୟୀ ପଟା ପ୍ରଦାନ କରାଯିବା କଥା। କିନ୍ତୁ ଦୁଃଖର ବିଷୟ ଏହିକି ଜେ ବଲାଙ୍ଗୀର ପୈରାଞ୍ଚଳର ଭୂମିହୀନ ପରିବାରଙ୍କୁ ଜମିପଟା ପ୍ରଦାନ କରିବା ଦୂରର କଥା ଏପରି କି ଚିହ୍ନଟ କରିବା କ୍ଷେତ୍ରରେ ଉଦାସୀନତା ଯୋଗୁ ତୀବ୍ର ଜନଅସନ୍ତୋଷ ବଢୁଛି। ଯଦି ଗରିବ ଜାନସାଧରଣଙ୍କ ଏହି ନ୍ୟାର୍ୟ୍ୟ ଦାବି ପୂରଣ ଦିଗରେ ସରକାର ଯଥାଶୀଘ୍ର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ବଲାଙ୍ଗୀର ନଗର କଂଗ୍ରେସ ତରଫରୁ ଏହି ଆନ୍ଦୋଳନକୁ ଆହୁରି ତୀଵ୍ରକରାଯିବା ବୋଲି ଚେତାବନୀ ଦେଇଛନ୍ତି।