ଖୋଲିବ ଅନିଲ ଅମ୍ବାନୀଙ୍କ ସ୍ୱିସ ଗୁମର

ନୂଆଦିଲ୍ଲୀ: ଅନିଲ ଅମ୍ବାନୀଙ୍କ ପାଇଁ ବଢିଲା ସମସ୍ୟା । ସ୍ୱିସ ବ୍ୟାଙ୍କ ଅନିଲ, ଟିନା ଓ ସେମାନଙ୍କ ୨ ପୁଅଙ୍କ ସ୍ୱିସ ବ୍ୟାଙ୍କରେ ଥିବା ଆକାଉଣ୍ଟ ବିବରଣୀ ପ୍ରଦାନ କରିବାକୁ ସୁଇସ ଫେଡେରାଲ କୋର୍ଟ ଅନୁମତି ଦେଇଛି । ଭାରତୀୟ ଅର୍ଥ ମନ୍ତ୍ରଣାଳୟର ବୈଦେଶିକ ଟିକସ ଓ ଗବେଷଣା ବିଭାଗର ଅନୁରୋଧରେ ଏହି ଅନୁମତି ଦେଇଛନ୍ତି । ୨୦୧୧ରୁ ୨୦୧୮ ପର୍ଯ୍ୟନ୍ତ ଅନୀଲଙ୍କ ସୁଇସବ୍ୟାଙ୍କ ତଥ୍ୟ ଲୋଡିଥିଲା ଅର୍ଥମନ୍ତ୍ରଣାଳୟ ।
ବହୁ ଭାରତୀୟ ଶିଳ୍ପପତି, ରାଜନେତା ତଥା ଧନୀକ ବ୍ୟକ୍ତିଙ୍କର ସ୍ୱିସ ବ୍ୟାଙ୍କରେ କଳାଧନ ଗଚ୍ଛିତ ରହିଛି । ସେସବୁକୁ ଫେରାଇ ଆଣିବାକୁ କେନ୍ଦ୍ରରେ ମୋଦି ସରକାର କହିଆସୁଛନ୍ତି । କିନ୍ତୁ ସ୍ୱିସ ବ୍ୟାଙ୍କର ନୀତିଗତ ଗୋପନୀୟତା ପାଇଁ ଏହ।। ସମ୍ଭବ ହେଉନାହିଁ । ତେଣୁ ଅର୍ଥମନ୍ତ୍ରଣାଳୟ ସ୍ୱିସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ।