ଲୁଚି ଛପି ନିର୍ବନ୍ଧ କଲେ ସପନା ଚୌଧୁରୀ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ନିଜର ଡ଼୍ୟାନସିଂ ଅନ୍ଧାଜରେ ଲକ୍ଷ ଲକ୍ଷ ଲୋକଙ୍କୁ ପାଗଳ କରିଛନ୍ତି ଦହରିୟାନାର ସପନା ଚୌଧୁରୀ । ତାଙ୍କର ଫ୍ୟାନ ମାନଙ୍କୁ ଏକ ଖୁସି ଖବର । ଶୁଣିବାକୁ ମିଳୁଛି ଯେ ସପନା ଲୁଚି ଛପି ନିଜର ନିର୍ବନ୍ଧ କରିଛନ୍ତି । ସେ ପୁଣି ନିଜର ବନ୍ଧୁଙ୍କ ସହିତ । ସପନା ହରିୟାଣା ଅଭିନେତା ତଥା ଗାୟକ ଭୀର ସାହୁଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିଛନ୍ତି । ଖୁବ ଶିଘ୍ର ବିବାହ କରିପାରନ୍ତି ଖବର ଆସିଛି ।
ଭୀର ବାବୁ ମନ ନାମରେ ଜଣାଶୁଣା । ତାଙ୍କର ଅନେକ ଭିଡ଼ିଓ ଭାଇରାଲ ହୋଇଛି । ଏ ଇଭେଣ୍ଟ ସମୟରେ ସପନା ଏବଂ ଭେର ବନ୍ଧୁ ଥିଲେ । ଏକ ସାକ୍ଷାତକାରରେ ସପନା ଭୀରଙ୍କୁ ପ୍ରଶଂସା କରିଥିଲେ । ସପନା କହିଛନ୍ତି ଯେ ୨୦୧୫ -୧୬ ରେ ଏକ ଇଭେଣ୍ଟ ସମୟରେ ପ୍ରଥମେ ଭୀରଙ୍କୁ ଭେଟିଥିଲେ । ପ୍ରଥମ ସାକ୍ଷାତରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଯାଇଥିଲା । ଦ୍ୱିତୀୟ ସାକ୍ଷାତ ଏକ ଆୱାଡ଼ରେ ଶୋ’ରେ ହୋଇଥିଲା । ତୃତୀୟ ସାକ୍ଷାତ ସମୟରେ ପରସ୍ପର ସହିତ କଥା ହୋଇଥିଲେ । ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନା ହୋଇଥିଲା । ଭୀର ସପନାଙ୍କୁ ପ୍ରଶଂସା କରିବାରେ କଞ୍ଜୁସି କରନ୍ତି ନାହିଁ । ରିୟାଲିଟି ସୋ ବିଗ ବସ ସିଜନ ୧୧ରେ ସପନା ନଜର ଆସିଥିଲେ । ଏହା ପରେ ତାଙ୍କର ଖାତି ଆହୁରି ବୃଦ୍ଧି ପାଇଥିଲା । ତେବେ ଦେଖିବାକୁ ବାକି ରହିଲା ବାହାଘର କେବେ ହେଉଛି ।