ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ୱାମୀ ପତ୍ର ଲେଖି ମାମଲାର ସମାଧାନରେ ହେଉଥିବା ବିଳମ୍ବ ଦେଶରେ ବିଜେପିର ଛବି ଖରାପ କରୁଥିବା ଜଣାଇଛନ୍ତି। ପତ୍ରରେ ସ୍ୱାମୀ ଭ୍ରଷ୍ଟାଚାର ପ୍ରସଙ୍ଗରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପି.ଚିଦାମ୍ବରମ, ରବର୍ଟ ଭଦ୍ରା ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।
୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପି.ଚିଦାମ୍ବରମ, ରବର୍ଟ ଭଦ୍ରା ଓ ଅନ୍ୟ କଂଗ୍ରେସ ନେତାଙ୍କ ଭ୍ରଷ୍ଟାଚାରକୁ ବିଜେପି ପ୍ରସଙ୍ଗ କରିଥିଲା। ଏହି ଆଧାରରେ ଜନାଦେଶ ପାଇଥିଲା। ହେଲେ ଏଯାବତ୍ କୌଣସି ନେତାଙ୍କ କ୍ଷେତ୍ରରେ କୌଣସି ଚୁଡାନ୍ତ ରାୟ ଆସୁନାହିଁ । ବିଭିନ୍ନ କୋର୍ଟରେ ଲମ୍ବିଛି ମାମଳା। ଏହାକୁ ନେଇ ସ୍ୱାମୀ କହିଛନ୍ତି, ସରକାରଙ୍କ କାର୍ୟ୍ୟାନୁଷ୍ଠାନ ଢେର ବିଳମ୍ବ ହୋଇଛି ।