ରାଧିକା ଯାଦବଙ୍କ ହତ୍ୟା ଘଟଣାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି

ରାଧିକା ଯାଦବଙ୍କ ହତ୍ୟା ଘଟଣାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ହତ୍ୟାକାଣ୍ଡର ନିର୍ଦ୍ଦିଷ୍ଟ କାରଣ ଜଣାପଡି ନଥିଲେ ମଧ୍ୟ ରାଧିକାଙ୍କ ଜଣେ ସାଙ୍ଗ ଦେଇଛନ୍ତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଧିକାଙ୍କ ସାଙ୍ଗ ହିମାଂଶିକା ସିଂହ କହିଛନ୍ତି ଯେ ରାଧିକା ପିନ୍ଧୁଥିବା ଛୋଟ ଡ୍ରେସ ଏବଂ ପୁଅଙ୍କ ସହ ମିଶୁଥିବା କାରଣରୁ ତାଙ୍କ ବାପା ରାଗି ଯାଇ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ହିମାଂଶିକା ହେଉଛନ୍ତି ରାଧିକାଙ୍କର ଜଣେ ଘନିଷ୍ଠ ବାନ୍ଧବୀ । ସେ ଏକ ଭିଡିଓ ଜାରି କରି କହିଛନ୍ତି, ରାଧିକା ତାଙ୍କ ଘରେ ରହିବା ବେଳେ ଅଣନିଃଶ୍ୱାସୀ ହୋଇପଡୁଥିଲେ । ରାଧିକା ନିଜ ଷ୍ଟାଇଲରେ ତାଙ୍କ ଜୀବନ ଜୀଇଁବାକୁ ଚାହୁଁଥିବା ବେଳେ ତାଙ୍କ ବାପା ଏଥିରେ ବାଧକ ସାଜିଥିଲେ । ଘରେ ରାଧିକାଙ୍କ ଉପରେ ବହୁତ କଟକଣା ଥିଲା ।

ଗୁରୁଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଭାବେ ଚର୍ଚ୍ଚାରେ ରହିଛି। ଏହି ଘଟଣାରେ ରାଧିକାଙ୍କ ବାପା ଦୀପକ ଯାଦବଙ୍କୁ ଅଭିଯୁକ୍ତ ଭାବେ ଗିରଫ କରାଯାଇଛି । ସେ ତାଙ୍କ ୨୫ ବର୍ଷୀୟ ଝିଅ ରାଧିକାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ରହିଛି । ରାଧିକା ଜଣେ ଜୁନିଅର ଅନ୍ତର୍ଜାତୀୟ ଟେନିସ ଖେଳାଳି ଥିଲେ ଏବଂ ଅଭିନୟ କ୍ଷେତ୍ରରେ ମଧ୍ୟ ନାମ ଅର୍ଜନ କରିବାକୁ ଚାହୁଁଥିଲେ । ଏହି ଘଟଣା ସମ୍ପର୍କରେ ରାଧିକାଙ୍କ ସାଙ୍ଗ ହିମାଂଶିକା ସିଂହ ରାଜପୁତ ଏକ ଭିଡିଓ ଜାରି କରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି ।

ହିମାଂଶିକା କହିଛନ୍ତି ଯେ ରାଧିକା ପିନ୍ଧୁଥିବା ଛୋଟ ଡ୍ରେସ ଏବଂ ପୁଅଙ୍କ ସହ ମିଶୁଥିବା କାରଣରୁ ତାଙ୍କ ବାପା ଦୀପକ ଯାଦବ ରାଗି ଯାଇଥିଲେ । ଏହା ତାଙ୍କ ବାପାଙ୍କ ପାଇଁ ଅସହ୍ୟ ଥିଲା । ଏହା ହତ୍ୟାର ଏକ ମୁଖ୍ୟ କାରଣ ହୋଇଥାଇ ପାରେ । ରାଧିକାଙ୍କ ଇନଷ୍ଟାଗ୍ରାମରେ ଅଭିନେତା ଇନାମୁଲ ହକଙ୍କ ସହ ଏକ ରିଲ୍ ପୋଷ୍ଟ କରିବା ମଧ୍ୟ ତାଙ୍କ ବାପାଙ୍କ ରାଗକୁ ବଢ଼ାଇଥିଲା । ରାଧିକାଙ୍କ ଇନଷ୍ଟାଗ୍ରାମରେ ଅଭିନେତା ଇନାମୁଲ ହକଙ୍କ ସହ ଏକ ରିଲ୍ ପୋଷ୍ଟ କରିବା ଦୀପକଙ୍କ ପାଇଁ ଆପତ୍ତିଜନକ ଥିଲା । ତାଙ୍କର କିଛି ପରିଚିତ ବ୍ୟକ୍ତି ଏହାକୁ ନେଇ ଆପତ୍ତି ଉଠାଇଥିଲେ, ଯାହା ହତ୍ୟାର ଏକ ମୁଖ୍ୟ କାରଣ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି ।