ପୁଅର ଦେହାନ୍ତ ଦୁଃଖ ସହି ନପାରି ଝୁରି ଝୁରି ଚାଲିଗଲେ ମା

ପ୍ରଥମେ ଚାଲିଗଲେ ପୁଅ । ପୁଅକ ଝୁରି ଝୁରି ଏବେ ଚାଲିଗଲେ ମା । ଆମେ କହୁଛୁ ସେ ମାଙ୍କ କଥା ଯିଏ ନିଜ ପୂଅକୁ ଝୁରି ଝୁରି ଚାଲିଗଲେ । ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମାଆଙ୍କ ମୃତ୍ୟୁ ହୋଇଛି । ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡରେ ସିଆରଏପ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇଛନ୍ତି । ଏହି ଧକ୍କାକୁ ସହି ନ ପାରି ଚାଲିଗଳେ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଅସୁସ୍ଥ ହୋଇ ପଡିଥିଲେ । ଗତ ଚାରିଦିନ ଖାଇବା ପିଇବା ଛାଡି ଦେଇଥିଲେ । ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡିତିଲେ ତେଣୁ ତାଙ୍କୁ ଆନ୍ଦପୁର ହସପିଟାଲ ନେଇଥିଲେ । ସୋଠାରେ କାଙ୍କ ଦେହ ଅଧିକ ଖରାପ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କ ମୃତ୍ୟ ହୋଇଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ଅଞ୍ଚଳବାସୀ ।

ଅଗଷ୍ଟ ୧୧ ତାରିଖ ଦିନ ଝାରଖଣ୍ଡର କୋହ୍ଲାଣ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟବେଳେ, ସୁଶାନ୍ତ ଓ ତାଙ୍କ ସାଥୀ ଯବାନ ମୁନା ଯାଦବଙ୍କ ଦେହରେ ଗୁଳି ବାଜିଥିଲା । ଉଭୟଙ୍କୁ ଏକ ହେଲିକପ୍ଟର ସହାୟତାରେ ରାଂଚିର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ବସତଃ ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଥିଲା । ଶନିବାର ସୁଶାନ୍ତଙ୍କ ପ୍ରାର୍ଥୀବ ଶରୀରକୁ ତାଙ୍କ ପୈତୃକ ଗାଁ କେନ୍ଦୁଝରର ଆନନ୍ଦପୁରକୁ ନିଆଯାଇଥିଲା । ସେଠାରେ ପରିବାର ସଦସ୍ୟଙ୍କ ସମେତ, ସାଂଗ ସାଥୀ. ବନ୍ଧୁ, ବାନ୍ଧବ ଶେଷ ଦର୍ଶନ କରିଥିଲେ । ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ସହିଦ ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି ।