ଭୁବନେଶ୍ୱର: ବିଜେଡିରେ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ | କିଛି ଦିନ ତଳେ ସେ ଭାରତୀୟ ବାୟୁ ସେନାରୁ ଅବସର ନେଇଛନ୍ତି |ମନ୍ମଥଙ୍କ ସହ ଜଟଣୀ ଓ ଭୁବନେଶ୍ୱରରୁ ଆସିଥିବା ସମର୍ଥକଙ୍କୁ ଦଳକୁ ସ୍ୱାଗତ ଜଣାଇଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ | କ୍ୟାପଟେନ ମନ୍ମଥ ଜଣେ ସୁପରିଚିତ ଚେହେରା | ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି |ତାଙ୍କ ଯୋଗଦାନରେ ଦଳ ଆହୁରି ସଶକ୍ତ ହେବ ବୋଲି ମାନସ ମଙ୍ଗରାଜ କହିଛନ୍ତି | ମନ୍ମଥଙ୍କ ସହ ସସ୍ମିତା ଗୁମାନସିଂ, ବିଜୟ ମହାନ୍ତି, ଜ୍ୟୋତିର୍ମୟୀ, ତ୍ରିଲୋଚନ ପ୍ରଧାନ, ସୁରେଶ ଗଜେନ୍ଦ୍ର ଙ୍କ ସମେତ ପ୍ରାୟ ହଜାର ହଜାର ସମର୍ଥକ ସାମିଲ ହେଲେ | ସେହିପରି ଓଡ଼ିଆ ମାଟିର ସୁଯୋଗ୍ୟ ସନ୍ତାନ, ଆମ ଆଦର୍ଶ, ଭାରତ ବର୍ଷର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଲୋକ ବିଜେଡିରେ ମିସୁଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ନେଇ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ପାଇଁ କୃତଜ୍ଞତା | 5T ଅଧ୍ୟକ୍ଷ, ସଂଗଠନ ସମ୍ପାଦକଙ୍କୁ ଧନ୍ୟବାଦ ଜଟଣୀ ଓ ଖୋର୍ଦ୍ଧା ପାଇଁ ଗର୍ବର ଦିନ | ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଜଣେ ଅନୁଭବୀ ନେତା, ଆଦର୍ଶବାଦୀ ନେତା, ଜଟଣୀ ସେବା ପାଇଁ ପ୍ରଶଂସନୀୟ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ଯୋଗ ଦେଇଥିବାରୁ ଧନ୍ୟବାଦ, ଶୁଭେଚ୍ଛା| ତାଙ୍କ ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ଓ ଜଟଣୀ ପାଇଁ ଯଥେଷ୍ଟ ଆବଶ୍ୟକ ହେବ ବୋଲି କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ | ସେପଟେ ଆଖିରୁ ଲୁହ ଝରାଇ ଭାବବିହୋଳ ହୋଇ ମନ୍ମଥ ରାଉତରାୟ କହିଲେ, ମୁଁ ମୋ ବାପାଙ୍କ ଆଶୀର୍ବାଦ ନେଇକି ଆସିଛି| ମୁଁ ତାଙ୍କ ଅନୁମତିରୁ ଆସିଛି| ବିଜୁ ପଟ୍ଟନାୟକ ଓ ଆଦର୍ଶ| ମୁଁ ପାଇଲଟ, ମୁଖ୍ୟମନ୍ତ୍ରୀ ମୋ ପାଇଁ ବହୁତ ଗୁରୁତ୍ୱ ରଖନ୍ତି| କାର୍ତ୍ତିକ ପାଣ୍ଡ୍ୟାନଙ୍କ କାମର ଶୈଳୀ ମତେ ବହୁତ ପସନ୍ଦ, ତାହା ଗ୍ରାଉଣ୍ଡରେ ଦେଖାଯାଏ| ପ୍ରଣବ ପ୍ରକାଶ ଦାସ ମତେ ଗାଇଡ଼ କରିଛନ୍ତି| ବାପାଙ୍କ ସମ୍ମାନ ରକ୍ଷା କରିବା କଥା ସେ ଦେଇଛନ୍ତି| ମତେ ଓଡ଼ିଶାକୁ ବିକାଶର ସ୍ବପ୍ନ ଆଗେଇବାକୁ ବିଜେଡି ହିଁ ଏକମାତ୍ର ଦଳ| ସବୁ କ୍ଷେତ୍ରରେ ସୁରକ୍ଷା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି| ସେ ପ୍ରକୃତରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ| ବହୁତ ଗର୍ବ ଲାଗେ, ଯେବେ ମତେ ସମସ୍ତେ ଓଡିଆ ଭାବେ ଗ୍ରହଣ କରନ୍ତି |