(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଇଲେକ୍ଟ୍ରୋରାଲ ବଣ୍ଡ ସଂପର୍କରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବଣ୍ଡଦାତାଙ୍କ ସଂପର୍କିତ ସମସ୍ତ ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ମେ’ ୧୫ ସୁଦ୍ଧା ମିଳିଥିବା ଡୋନେସନ୍ର ତଥ୍ୟ ୩୦ ମେ’ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ ସବୁ ରାଜନୈତିକ ଦଳକୁ ନିର୍ଦ୍ଦେଶ ଦିଆଯାଇଛି । ଜଉ ମୁଦ ଲଫାଫାରେ ତଥ୍ୟ ଦେବାକୁ ପାଇଁ କହିଛନ୍ତି ସୁପ୍ରିମକୋର୍ଟ । କେଉଁଠାରୁ କେତେ ଅର୍ଥ ଆସିଛି ଓ ଏହି ଅର୍ଥକୁ କେଉଁଠାକୁ ଟ୍ରାନ୍ସଫର କରାଯାଇଛି, ସେନେଇ ତଥ୍ୟ ଦେବେ ରାଜନୈତିକ ଦଳ । ଗତକାଲି ଏହି ମାମଲାର ଶୁଣାଣି କୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଜି ଚିଫ୍ ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏନେଇ ରାୟ ଶୁଣାଛନ୍ତି ।
ସିପିଆଇ (ଏମ୍) ଏବଂ ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ନାମକ ଏନ୍ଜିଓ ଫାଇଲ୍ କରିଥିବା ଆବେଦନ ଉପରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲା ଶୁଣାଣି କରୁଥିଲେ।