(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଉ କିଛି ଦିନ ପରେ ୨୦୧୯ ସାଧାରଣ ନିର୍ବାଚନ । ସବୁ ରାଜନୈତିକ ଦଳରେ ଏବେ ମଧ୍ୟ ନୂଆ ମୁହଁ ମିଶୁଥିବାର ଦେଖିବାକୁ ମିଳିଛି । ଲୋକସଭା ନିର୍ବାଚନ ପାଇଁ ବଲିଉଡ଼ ତାରକା ଦଳରେ ଯୋଗ ଦେଉଥିବା ବେଳେ ବର୍ତ୍ତମାନ ସନ୍ନି ଦେଓଲଙ୍କ ନାଁ ସାମନାକୁ ଆସିଛି ।
ନିକଟରେ ନିର୍ବାଚନ ଲଢିବା ପାଇଁ ରାଜନୈତିକ ଦଳରେ ଯୋଗ ଦେଉଛନ୍ତି ବଲିଉଡ଼ ତାରକା । ଲୋକସଭା ନିର୍ବାଚନ ପାଇଁ ବର୍ତ୍ତମାନ ସନ୍ନି ଦେଓଲଙ୍କ ନାଁ ସାମନାକୁ ଆସିଛି । ସେ ଖୁବଶ୍ରୀଘ୍ର ବିଜେପିରେ ଯୋଗ ଦେଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସହ ତାଙ୍କୁ ବିଜେପି ପକ୍ଷରୁ ଗୁରଦାପୁର ପାଇଁ ଟିକେଟ ଦିଆଯିବ । କିନ୍ତୁ ସନ୍ନି ବିଜେପିରେ ଯୋଗ ଦେବେ କି ନାହିଁ ଓ କେବେ ଯୋଗ ଦେବେ ସେନେଇ କୈାଣସି ସୂଚନା ମିଳିନାହିଁ ।
ରାଜନୀତି ସହ ସନ୍ନିଙ୍କ ପିତା ଧର୍ମେନ୍ଦ୍ର ଓ ସାବତ ମାଁ ହେମାମାଳିନୀଙ୍କ ଅଭିଜ୍ଞତା ରହିଛି । ସନ୍ନି ମଧ୍ୟ ୨୦୦୪ରେ ରାଜସ୍ଥାନର ବିକାନେରରେ ନିର୍ବାଚନ ଲଢି ଜିତିଥିଲେ ।