ରାଜ୍ୟ କାଜୁ ଉନ୍ନୟନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ମହାରଣା

ବ୍ରହ୍ମପୁର: ଇସ୍ତଫା ଦେଲେ ସୁବାଷ ମହରୀଣା । ରାଜ୍ୟ କାଜୁ ଉନ୍ନୟନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁବାଷ ମହାରଣା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଥିବା କହିଛନ୍ତି ସୁବାଷ ମହାରଣା । ତେବେ ସେ ଅନଲାଇନ ମାଧ୍ୟମରେ ଇସ୍ତଫା ଦେଇଥିବା କୁହାଯାଉଛି ।
୨୦୨୨ ମସିହା ଜୁଲାଇ ମାସରେ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସୁବାଷ ମହାରଣା । ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସରକାର ଜନମତ ହରାଇଛି । ଏହି କ୍ରମରେ ନୈତିକତା ଦୃଷ୍ଟିକୋଣରୁ ଇସ୍ତଫା ଦେଇଥିା କହିଛନ୍ତି ସୁବାଷ ମହାରଣା