ସ୍କୁଲର ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ମିଳିବ ୧୧୦୦ ଟଙ୍କା

(ଉତ୍ତର ପ୍ରଦେଶ): ଏବେ ସବୁ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମୁଣ୍ଡପିଛା ମିଳିବ ୧୧୦୦ ଟଙ୍କା। ସ୍କୁଲ ୟୁନିଫର୍ମ, ବ୍ୟାଗ, ଜୋତା ବାବଦକୁ ଏହି ଅର୍ଥ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଉତ୍ତରପ୍ରଦେଶ ରାଜ୍ୟ ସରକାର ଏହି ଟଙ୍କା ଟ୍ରାନ୍ସଫର କରିବେ। ପ୍ରତି ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପଠାଯାଉଥିବା ଏହି ସାମଗ୍ରୀର ଡେଲିଭରୀ ଚାର୍ଜରୁ ମୁକ୍ତି ପାଇଁ ସରକାର ଏହି ବିକଳ୍ପ ଆପଣେଇଥିବା କୁହାଯାଉଛି।

ସୂଚାନୁଯାୟୀ , ଉତ୍ତର ପ୍ରଦେଶରେ ପ୍ରତି ବର୍ଷ ୧.୬ କୋଟି ଛାତ୍ରଛାତ୍ରୀଙ୍କୁ ମାଗଣାରେ ଏହି ସବୁ ଜିନିଷ ଯୋଗାଇଦିଆଯାଉଛି । କିନ୍ତୁ ପ୍ରତି ବର୍ଷ ଡେଲିଭେରି ଖର୍ଚରୁ ମୁକ୍ତି ପାଇବା ପାଇଁ ଏବଂ ଡେଲିଭେରି ବିଳମ୍ୱ ହେତୁ ଏପରି ପଦକ୍ଷେପ ନିଆଯାଇଥିବା ଯୋଗୀ ଆଦିତ୍ୟନାଥ କହିଛନ୍ତି ।