(ଓମ ପ୍ରକାଶ ମିଶ୍ର / ସୋନପୁର) ; ସୋନପୁର ଥାନା ଅଧିନରେ ଥିବା କଳାପଥର ଛକଠାରେ ଆଞ୍ଚଳିକ ପରିବହନ କାର୍ୟ୍ୟାଳୟ ତରଫରୁ ହେଲମେଟ ମାକ୍ସ କଡାକଡି ଯାଂଚ କରାଯାଇଛି। ହେଲମେଟ ନ ପିନ୍ଧିଲେ ୧ ହଜାର ଓ ମାସ୍କ ପରିଧାନ କରିନଥିଲେ ୨ ହଜାର ଟଙ୍କା ଫାଇନ ଆଦାୟ କରି ଚାଲାଣ କଟାଯାଇ ଓ ଲୋକମାନଙ୍କୁ ସଚେତନ ମଧ୍ୟ କରାଯାଉଛି । ଯାହାକୁ ନେଇ ଗାଡ଼ି ଚାଳକ ମାନଙ୍କ ମଧ୍ୟରେ ଛାନିଆଁ ପଶିଛି । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଜୁନିୟର ଏମଭିଆଇ ଜନ ପ୍ରତାପ କୁଲୁ, ଆଡିସିନାଲ ଆର୍ ଟି ଓ ସୁବାସିସ ସାହୁ,ଆନନ୍ଦ ମିଶ୍ର ଉପସ୍ଥିତ ରହି ସୋନପୁର, ବଲାଙ୍ଗୀର ଯାଉଥିବା ଲୋକମାନଙ୍କୁ କଡାକଡି ଭାବରେ ତନଖି କରି ଫାଇନ ଆଦାୟ କରାଯାଉଥିବା ଦେଖିବାକୁ ମିଳିଛି। ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀ ମାନେ ସାମିଲ ହୋଇଥିଲେ।