ଆଜିଠାରୁ କଡାକଡି ଟ୍ରାଫିକ ନିୟମ

ଭୁବନେଶ୍ୱର: ସୁପ୍ରିମକୋର୍ଟ ଆରଟିଓକୁ ଦେଇଥିବା ନିର୍ଦ୍ଦେଶ କ୍ରମେ କଡାକଡି ହୋଇଛି ଟ୍ରାଫିକ ନିୟମ । ଆଜିଠାରୁ ଆସନ୍ତା ୨୧ତାରିଖ ପର୍ଯ୍ୟନ୍ତ ଏକ ସ୍ପେଶାଲ ଡ୍ରାଇଭ କରାଯିବା ସହ ଯାଂଚ ପ୍ରକ୍ରିୟାକୁ ମଧ୍ୟ କଡାକଡି କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଯେଉଁମାନେ ବିନା ହେଲମେଟରେ ଗାଡି ଚଳାଉଛନ୍ତି ସେମାନଙ୍କ ଗାଡି ସିଜ କରାଯିବ । ଡିଏଲ ଯେଉଁମାନଙ୍କ ପାଖରେ ନାଥିବ ସେମାନେ ୩ମାସ ପର୍ଯ୍ୟନ୍ତ ଗାଡି ଚଳାଇପାରିବେ ନାହିଁ, ସେମାନଙ୍କୁ ସସ୍ପେଣ୍ଟ କରାଯିବ ।

ଏହାଛଡା ଯେଉଁମାନେ ଗାଡିର ଇଣ୍ଡିକେଟର ନ ଦେଇ ବା ହେଡ ଲାଇଟ ନ ଜଳାଇ ଚଲାଉଥିବେ ସେମାନଙ୍କ ଠାରୁ କଡା ଆକାରରେ ଫାଇନ ଆଦାୟ କରାଯିବ । ପରିବହନ ବିଭାଗ ନିର୍ଦ୍ଦେଶ ଦେଇଛି ଅଫିସର ମାନଙ୍କୁ ଏହି ପ୍ରକ୍ରିୟାକୁ କଡାକଡି କରିବା ପାଇଁ । ବର୍ତ୍ତମାନ ଠାରୁ ଆରମ୍ଭ ହୋଇସାରିଛି ଚେକିଙ୍ଗ । ଟ୍ରାଫିକର ଏତେ ନିୟମ ହେଇସାରିବା ପରେ ମଧ୍ୟ ଲୋକେ ଟ୍ରାଫିକ ନିୟମ ଉଲ୍ଲଂଘନ କରୁଛନ୍ତି । ହେଲମେଟ ନ ପିନ୍ଧି ଗାଡି ଚଲାଉଛନ୍ତି । ତେବେ ଏମାନଙ୍କ ଠାରୁ ଫାଇନ ଆଦାୟ ବ୍ୟବସ୍ଥା ପାଇଁ ନିୟମ କରାଯାଇଛି ।