ବାତ୍ୟାକୁ ନେଇ ରାଜ୍ୟସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍

ଭୁବନେଶ୍ୱର ;ବାତ୍ୟାକୁ ନେଇ ରାଜ୍ୟସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରେସମିଟ୍ । ଇଭାକ୍ୟୁସେନ ସୂର୍ଯ୍ୟାସ୍ତ ପୂର୍ବ ରୁ ଶେଷ ପାଇଁ ନିର୍ଦ୍ଦେଶ ।  ସୂର୍ଯ୍ୟାସ୍ତ ପୂର୍ବରୁ ନିକଟସ୍ଥ ରିଲିଫ ସେଣ୍ଟର ଆସିବା ପାଇଁ ନିବେଦନ | ୫୫୦୦ ରିଲିଫ ସେଣ୍ଟର ପ୍ରସ୍ତୁତ | ବାତ୍ୟା ଦିଗ ବଦଳାଇଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତ | ୧୩ ଟି ଜିଲ୍ଲାରେ ବାତ୍ୟା ପ୍ରଭାବ ପଡିବ | ଆଗୁଆ ପଦକ୍ଷେପ ନିଆଯାଇଛି |୬ଟି ଜିଲ୍ଲା ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ ଓ ଯାଜପୁର | ଭଦ୍ରକ ଓ ଯାଜପୁର ବେଶୀ ପ୍ରଭାବିତ ହେବା ସମ୍ଭାବନା | କ୍ୟାବିନେଟ ବୈଠକ ରେ ବାତ୍ୟା ସମ୍ପର୍କ ରେ ଆଲୋଚନା ଅଛି | ସଚିବ ମାନେ ଅବଗତ କରିବେ | ସନ୍ଧ୍ୟା ୬ଟାରେ SRC ଙ୍କ କାର୍ଯ୍ୟାଳୟ ରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିବେ | ରିଲିଫ ସେଣ୍ଟର ରେ ସବୁ ପ୍ରସ୍ତୁତି ସରିଛି |