(ସରୋଜ/ମୃତ୍ୟୁଞ୍ଜୟ)ଭୁବନେଶ୍ୱର: ଓଡ଼ିଶାକୁ ସବୁ ସମୟରେ ପ୍ରାୟ ହେଉଥିବା ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର କେନ୍ଦ୍ରସରକାରଙ୍କ ପାଖରେ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ପାଇଁ ଦାବି ଜଣାଇଛନ୍ତି । ଏ ନେଇ ଆଜି ରାଜ୍ୟ ସଚିବାଳୟରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
ରାଜ୍ୟ ସରକାର ବହୁଦିନ ହେବ ଏହି ଦାବୀ ଜଣାଇ ଆସୁଛନ୍ତି । ନିକଟରେ ଯାଇଥିବା ପ୍ରଳୟକାରୀ ବାତ୍ୟା ଫନି ସମୟରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତ କରିଥିଲେ । ଓଡ଼ିଶାର କ୍ଷୟକ୍ଷତି ବିଷୟରେ ଅବଗତ ହେଲା ପରେ ମଧ୍ୟ ଓଡ଼ିଶାକୁ ଶୀଘ୍ର ବନ୍ୟା ବାତ୍ୟା ଜନିତ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ଉଚିତ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।