ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ୱର : ହକି ୱାର୍ଲ୍ଡ଼ କପ ସେଲିବ୍ରେସନ ଆଳରେ ଗ୍ରାମ ସଭା କରି ନବୀନଙ୍କ ପ୍ରଚାର କରାଯାଉଥିବା ଅଭିଯୋଗ କଲା ବିଜେପି | ନବୀନଙ୍କ ମଳିନ ପଡ଼ିଯାଇଥିବା ଛବି ଉପରେ ପରଦା ପକାଇବା ଓ ଦୁର୍ନୀତି, ଭ୍ରଷ୍ଟାଚାର ଉପରେ ଘଣ୍ଟ ଘୋଡାଇବା ପାଇଁ ଏଭଳି ଗ୍ରାମ ସଭା କରାଯାଉଛି |ଆଜି ପ୍ରତି ପଞ୍ଚାୟତରେ ହକି ଖେଳ ପ୍ରଦର୍ଶନ କରିବା ପାଇଁ ଗ୍ରାମ ସଭା ସରକାର ବ୍ୟବସ୍ଥା କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଫଟୋ ବଡ଼ କରି ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି | ପଞ୍ଚାୟତ ପିଛା 30 ହଜାର ଟଙ୍କା ଖର୍ଚ୍ଚ ହେବ, ଏହା ପଂଚାୟତର ନିଜସ୍ୱ ଫଣ୍ଡରୁ ଖର୍ଚ୍ଚ ହେବ | 2019 ନିର୍ବାଚନ ପୂର୍ବରୁ ମଧ୍ୟ ପିଠା ଯୋଜନା କରିଥିଲେ | ସରକାର ତରବରିଆ ଭାବେ ଗ୍ରାମ ସଭା ଡାକିଛନ୍ତି | ଜାନୁଆରୀ 26ରେ ବସିବା କଥା ଗ୍ରାମ ସଭା କିନ୍ତୁ 15 ଦିନ ପୂର୍ବରୁ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେପି | ମନରେଗା ଟଙ୍କା, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ବାବଦରେ ଗ୍ରାମ ସଭାରେ ଆଲୋଚନା ହେବ | ତରବରିଆ ଭାବେ ସଭା ଡାକିଲେ ସଚେତନତା ହୋଇପାରିବ ନାହିଁ | ଲୋକ ଯୋଗ ଦେଇପାରିବେ ନାହିଁ|