ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ; ୧୨ରୁ ନାମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ଆଗାମୀ ୧୨ ତାରିଖରୁ ଯୁକ୍ତ ଦୁଇ ଲାଗି ଆବେଦନ ଆରମ୍ଭ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଆବେଦନ କରିପାରିବେ। ସେ କହିଛନ୍ତି, ୧୨ ତାରିଖରୁ ସାମ୍ସ ପୋର୍ଟାଲ ଖୋଲିବ ଓ ଆଡ୍ମିଶନ୍ ପ୍ରକ୍ରିୟା ଆରମ୍ଭ ହେବ ।
ସେଲ୍ଫ୍ ଫାଇନାନ୍ସ କୋର୍ସରେ ମଧ୍ୟ ଫି’ ବଢ଼ା ଯାଇ ନାହିଁ। କଳାରେ ସିଟ୍ ବୃଦ୍ଧି ପାଇଁ ୪୦ ହଜାର ଆବେଦନ ଆସିଥିଲା, ୩୮ ହଜାର ସିଟ୍ ବୃଦ୍ଧି ପାଇଁ ଅନୁମତି ଦିଆଯାଇଛି । ବିଜ୍ଞାନରେ ସିଟ୍ ବୃଦ୍ଧି ପାଇଁ ୨୫ ହଜାର ଆବେଦନ ଆସିଥିଲା । ସେଥିମଧ୍ୟରୁ ୧୩ ହଜାରକୁ ଅନୁମତି ଦିଆଗଲା। ବାଣିଜ୍ୟରେ ୪ ହଜାର ଆବେଦନରୁ ୩୯୦୦ ସିଟକୁ ଅନୁମତି ଦିଆଯାଇଛି । କରୋନା ପାଇଁ କୌଣସି ଆଡ଼ମିଶନ ଫି ବୃଦ୍ଧି ହେବନି । ଚଳିତ ବର୍ଷ ଯୁକ୍ତ ଦୁଇରେ ମୋଟ୍ ୫୪ ହଜାର ୯ଶହ ସିଟ୍ ବୃଦ୍ଧି ହୋଇଛି । ମୋଟ୍ ୭୨ ହଜାର ଆବେଦନ ଆସିଥିଲା ବୋଲି ମନ୍ତ୍ରୀ କହିଛନ୍ତି