(ପୁରୀ) : ଆସନ୍ତାକାଲି ବନ୍ଦ ରହିବ ଶ୍ରୀଜିଉ ଦର୍ଶନ । ସୁନିଆ ପର୍ବ ଓ ବାମନ ଜନ୍ମ ବିଶେଷ ନୀତି ପାଇଁ ଆସନ୍ତା କାଲି ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। କନ୍ୟା ସଂକ୍ରାନ୍ତି, ଶ୍ରାବଣା ମକର ନକ୍ଷତ୍ର ସନ୍ ୧୪୨୯ ସାଲ୍ ଆରମ୍ଭ ହେବ।
ସୂଚନାନୁଯାୟୀ , ସାଲ୍ ଆରମ୍ଭ ପାଇଁ ଶ୍ରୀମନ୍ଦିରରେ ବିଶେଷ ନୀତି ପାଳନ ହେବ। ଏଥିପାଇଁ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି। ଏନେଇ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ଏସଓପି ଜାରି କରାଯାଇଥିଲା। ଅନ୍ୟପଟେ ତେବେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୮୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୭୭ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୩୩୬ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୪୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।