ମଣିଷ ଭଳି ଚାଲୁଥିବା ମାଛ

 (ପ୍ରିୟଦର୍ଶନୀ ସ୍ୱାଇଁ/ରିପୋଟରର୍ସଟୁଡ଼େ): ଆମ ପୃଥିବୀ ଏମିତି ଅନେକ ଜୀବ ରହିଛନ୍ତି । ଯାହା ସମ୍ପୁର୍ଣ୍ଣ ରହସ୍ୟ ପରିପୂର୍ଣ୍ଣ ଅବସ୍ଥାରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସେମିତି ଏକ ରହସ୍ୟପୁର୍ଣ୍ଣ ଜୀବ ହେଉଛି ଏକ ମାଛ । ଅଷ୍ଟ୍ରେଲିଆର ଦକ୍ଷିଣ ତଟରେ ଥିବା ତାସମାନିଆ ଦ୍ୱୀପରେ ‘ସ୍ପଟେଡ ହ୍ୟାଣ୍ଡଫିଶ୍’ ନାମକ ଏକ ପ୍ରଜାତିର ମାଛ ରହିଛି ଯାହା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ ଅନ୍ୟ ମାଛ ଭଳି ପହଁରି ନ ଥାଏ ବରଂ ଚାଲିଥାଏ । ଏହି ଛୋଟିଆ ମାଛ ନିଜ ଶରୀରରେ ବିକଶିତ ହୋଇଥିବା ଡେଣା ବା ପକ୍ଷ ସାହାଯ୍ୟରେ ସମୁଦ୍ରର ନିମ୍ନଭାଗରେ ଚାଲିଥାଏ, ଯାହାକି ସମୟକ୍ରମେ ପଞ୍ଝା ବା ମଣିଷ ହାତ ଭଳି ହୋଇଛି । ଏମାନେ ବେଶ୍ ମନ୍ଥର ଗତିରେ ଚାଲନ୍ତି। ଏହା ସମୁଦ୍ର ମଧ୍ୟସ୍ଥ ଖୋଳଯୁକ୍ତ ଜଳଚର ପ୍ରାଣୀ, ଚିଙ୍ଗୁଡି, ପୋକ ଆଦି ଖାଇଥାଏ। ଏମାନଙ୍କର ବଂଶ ଲୋପ ପାଇବାରେ ଲାଗିଚି ।