ଟାଙ୍ଗୀ: ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ ସ୍ଥାନୀୟ ଅଞଳ ବାସୀ। ହେଲେ ପ୍ରଶାସନ କରୁଥିଲା ଅଣ ଦେଖା। ସରକାର ପରିବର୍ତନ ହେବା ପରେ ରଣପୁର ବିଧାୟକ ସୁରମା ପାଢ଼ୀ ଲୋକଙ୍କ ଦାବି ସହ ଏକମତ ହୋଇ କେନ୍ଦ୍ର ସଡ଼କ ପରି ଵହନ ମନ୍ତ୍ରୀ ନିତିନ ଗଡ଼କରୀ ଙ୍କୁ ପତ୍ର ଲେଖିଥିଲେ 16 ନମ୍ବର ଜାତୀୟ ରାଜପଥ ଗୌରଚନ୍ଦ୍ର ପୁର ଛକରେ ଅଣ୍ଡର ପାସ ରାସ୍ତା ନିର୍ମାଣ ପାଇଁ। ସ୍ଥାନୀୟ ଲୋକ ପ୍ରତିନିଧି ଙ୍କ ଦାବିକୁ ସମ୍ମାନ ଦେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ 13 କୋଟି ଟଙ୍କା ର ଅର୍ଥ ବ୍ୟୟ ବରାଦ କରିଛନ୍ତି ଗୌରଚନ୍ଦ୍ର ପୁର ଛକରେ ଅଣ୍ଡର ପାସ ନିର୍ମାଣ ପାଇଁ। ଏହି ଅର୍ଥ ମଞ୍ଜୁର ହେବା ପରେ ଆଜି ଏହି ଅଣ୍ଡର ପାସ ପୋଲ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରଣପୁର ବିଧାୟକ ତଥା ଓଡିଶା ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ। ସ୍ଥାନୀୟ କେରଣ୍ଡା ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ ପ୍ରଗତି ମହାପାତ୍ର, ସମିତି ସଭ୍ୟ ଶିଶିର ବଳିୟାର ସିଂ, ପ୍ରମୁଖ ଉପସ୍ଥିତ ରହି ଭିତ୍ତିପ୍ରସ୍ତର ସ୍ଥାପନକରିଥିଲେ।
ଏହି ଅଣ୍ଡର ପାସ ପୋଲ ନିର୍ମାଣ ହେବା ଦ୍ୱାରା ଚାନ୍ଦପୁର, କନ୍ଧନୟାଗଡ଼, କେରଣ୍ଡା ଟାଙ୍ଗୀ, ଟାଙ୍ଗୀ ଆଦି ଗ୍ରାମ ପଂଚାୟତର ୩୦ ହଜାରରୁ ଅଧିକ ଲୋକ ଉପକୃତ ହୋଇ ପାରିବେ ବୋଲି ଜଣା ପଡିଛି।ଏଠାରେ ଦୁର୍ଘଟଣା ଘଟି ୧୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ତେଣୁ ଏଥିପାଇଁ ଲୋକେ ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୁରମା ପାଢୀଙ୍କୁ ଧନ୍ୟବାଦ ଦେଇଛନ୍ତି।ଏହି କାର୍ଯ୍ୟକ୍ରମ ରେ ବିଜେପି ମଣ୍ଡଳ ସଭାପତି ସୁବର୍ଣ ସିଂ, ଯୁବ ନେତା ପ୍ରମୋଦ କୁମାର ସାହୁ,ସମାଜ ସେଵୀ ପ୍ରଦୀପ ସେନାପତି ପ୍ରମୁଖ ଉପସ୍ଥିତ ରହିଥିଲେ ।