ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ପାଇଁ ଏସଓପି

ପ୍ରାଥମିକ କୃଷି ସମବାୟ ସମିତିର କର୍ମଚାରୀଙ୍କ ପାଇଁ କ୍ୟାଡର ନିୟମାବଳୀ କାର୍ଯ୍ୟକାରୀ କରିବା ପାଇଁ ଜାରି ହେଲା ଏସଓପି । ନିଯୁକ୍ତି, ବଦଳି, ପଦୋନ୍ନତି ଏବଂ ଶୃଙ୍ଖଳାଗତ କାର‌୍ୟ୍ୟରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ରହିବ । କ୍ୟାଡର ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ଜିଲ୍ଲପାଳ କ୍ୟାଡର କମିଟିର ଅଧ୍ୟକ୍ଷ ରହିବେ । ଏହି କମିଟି ପିଏସିଏସ/ଏଲଏଏମପିସିଏସ ସମ୍ପାଦକଙ୍କ ନିଯୁକ୍ତି, ବଦଳି ଏବଂ ଶୃଙ୍ଖଳାଗତ କାର‌୍ୟ୍ୟର ତଦାରଖ ଏବଂ କ୍ୟାଡର ଗଠନ କାର୍ଯ୍ୟକାରୀ କରିବ । ଜିଲ୍ଲାରେ କ୍ୟାଡର ନିୟମାବଳୀର କାର‌୍ୟ୍ୟାନ୍ୱୟନ ସମୀକ୍ଷା କରିବା ପାଇଁ ଜିଲ୍ଲା କ୍ୟାଡର କମିଟିର ତୁରନ୍ତ ବୈଠକ ଡାକିବା ପାଇଁ ନିର୍ଦେଶ ଦିଆଯାଇଛି । କ୍ୟାଡର କର୍ମଚାରୀଙ୍କ ସଠିକ ରେକର୍ଡ, ସେମାନଙ୍କ ସେବା ପୁସ୍ତକ ଏବଂ କାର୍ଯ୍ୟଦକ୍ଷତା ମୁଲ୍ୟାଙ୍କନ ରଖିବା ପାଇଁ ଏଆରସିଏସ/ ଡିଆରସିଏସ/ ସିଇଓ, ଡିସିସିବି ଏବଂ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରତ୍ୟେକ ଜିଲ୍ଲା ସ୍ତରରେ ଜିଲ୍ଲାପାଳ,ଅତିରିକ୍ତ ଆରସିଏସ ଅଧ୍ୟକ୍ଷ, ସମ୍ପୃକ୍ତ ଡିସିସିବିର ସଭାପତି ସଦସ୍ୟ, ଜିଲ୍ଲାର ସମବାୟ ସମିତିର ଉପ-ନିବନ୍ଧକ ସଦସ୍ୟ, ଜିଲ୍ଲାର ଏଏଜିସିଏସ ସଦସ୍ୟ ଜିଲ୍ଲା ମଧ୍ୟରେ ସର୍କଲର ସମସ୍ତ ବରିଷ୍ଠ ଏଆରସିଏସ ସଦସ୍ୟ, ଓଏସସିବି ର ପ୍ରତିନିଧି ସଦସ୍ୟ, ସମ୍ପୃକ୍ତ ଡିସିସିବିର ସଚିବ ସଦସ୍ୟ ସଂଯୋଜକ ଙ୍କୁ ନେଇ ହେବ କମିଟି । ଜିଲ୍ଲାର ଡିଆରସିଏସ ଙ୍କ ସମ୍ମତି ଏବଂ ଅଧ୍ୟକ୍ଷଙ୍କ ଅନୁମୋଦନ ସହିତ ପିଏସିଏସ / ଏଲଏଏମପିସିଏସ ର ମୁଖ୍ୟ କାର‌୍ୟ୍ୟନିର୍ବାହୀ/ସଚିବଙ୍କୁ ବଦଳି କରାଯିବ । ପ୍ରତି ବର୍ଷ ଶେଷରେ ଡିସେମ୍ବର ୩୧ ସୁଦ୍ଧା କ୍ୟାଡର କମିଟି ପିଏସିଏସ / ଏଲଏଏମପିସିଏସ/ ଏଫଏସସିଏସ/ ଏସସିଏସ ର ମୁଖ୍ୟ କାର‌୍ୟ୍ୟନିର୍ବାହୀଙ୍କ ଗ୍ରେଡେସନ ତାଲିକା ପ୍ରସ୍ତୁତ ଏବଂ ଚୂଡ଼ାନ୍ତ କରିବେ ।
କ୍ୟାଡର କର୍ମଚାରୀଙ୍କ ଚୟନ ପାଇଁ କେବଳ ଲିଖିତ ପରୀକ୍ଷା କରାଯିବ। କୌଣସି ସାକ୍ଷାତକାର ହେବ ନାହିଁ। ଲିଖିତ ପରୀକ୍ଷା ପରେ, ମନୋନୀତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି / ଚୟନ ସଂସ୍ଥା ଦ୍ୱାରା ଏକ ମାନକ କମ୍ପ୍ୟୁଟର ଦକ୍ଷତା ପରୀକ୍ଷା ଦେବାକୁ ପଡିବ। ଏହି ପରୀକ୍ଷା ଯୋଗ୍ୟତା ପ୍ରକୃତିର ହେବ। ପଦବୀ ପାଇଁ ଚୟନ ପାଇଁ ବିଚାର ପାଇଁ କମ୍ପ୍ୟୁଟର ଦକ୍ଷତା ପରୀକ୍ଷାରେ ଯୋଗ୍ୟତା ହାସଲ କରିବା ବାଧ୍ୟତାମୂଳକ। ଲିଖିତ ପରୀକ୍ଷାକୁ ୬୦% ଏବଂ କ୍ୟାରିୟର ମାର୍କକୁ ୪୦% ଗୁରୁତ୍ୱ ଦିଆଯିବ । ତିନି ଦିନରୁ ଅଧିକ ସମୟ ପାଇଁ ଛୁଟି ବିନା କାର‌୍ୟ୍ୟରେ ଅନଧିକୃତ ଅନୁପସ୍ଥିତି ହେବ ।