‘ବିଲଙ୍ଗିଙ୍ଗ ‘:ଏ ଜର୍ଣ୍ଣି ଅଫ ଲଭ ର ପ୍ରକାଶନ ଅଧିକାର ହାର୍ପର କଲିନସ ଇଣ୍ଡିଆ ହାସଲ କରିନେଇଛି ।ଏହି ପୁସ୍ତକ ଆମ ଭାରତରେ ନଭେମ୍ବର ୧୦ ୨୦୨୬ ରେ ପ୍ରକାଶିତ ହେବ ।ତେବେ ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ସହିତ ବିବାଦ ପରେ କଂଗ୍ରେସ ନେତା ସୋନିଆ ଗାନ୍ଧୀ ଙ୍କ ସଂସ୍କରଣ ର ପ୍ରକାଶନ ଅଧିକାର ହାର୍ପର କଲିନସ ହାସଲ କରିନେଇଛି ।ତେବେ ପ୍ରାରମ୍ଭ ରେ ଏକ ପାଣ୍ଡୁଲିପି ରେ ପରିବର୍ତନ ସମ୍ପର୍କିତ ସମ୍ପାଦକୀୟ ପ୍ରସଙ୍ଗ କୁ ନେଇ କିଛି ଗୁଜବ ଉଠିଥିଲା ଯେଉଁଥିପାଇଁ ପ୍ରକାଶନ ରେ ବଡ ସୃଷ୍ଟି ହେଉଥିଲା ।ତେବେ ପେଙ୍ଗୁଇନ ର ସ୍ପଷ୍ଟତା ଅନୁସାରେ ‘କିଛି ଗୋପନୀୟ କଥାବାର୍ତା ‘ଏଥିରେ ବାଧା ସୃଷ୍ଟି କରୁଥିଲା ।ପେଙ୍ଗୁଇନ ର କହିବା ମୁତାବକ ପୁସ୍ତକ ପ୍ରକାଶନ ପାଇଁ ସତ୍ୱେ ମଧ୍ୟ ସମ୍ପାଦକୀୟ ବିଶେଷାଧିକାର ଓ ତଥ୍ୟ ଯାଞ୍ଚ ମଧ୍ୟରେ ତାଳମେଳ ବସାଇବା ସମ୍ଭବପର ନଥିଲା ।ତେବେ ଏହି ଘଟଣା ଆମେରିକା ର ପେଙ୍ଗୁଇନ ରାଣ୍ଡମ ହାଉସ ପ୍ରକାଶନ ଯୋଜନା ପ୍ରସ୍ତୁତ କରିବା ପରେ ଏହି ଘଟଣା ଘଟିଥିଲା , ଯେଉଁଥିରେ ୨୦୨୬ ଶେଷ ଭାଗରେ ବିଶ୍ଵବ୍ୟାପୀ ପ୍ରକାଶନ ର ବିବରଣୀ ଦିଆଯାଇଥିଲା । ତେବେ ବିବୃତିରେ ୭୯ ବର୍ଷୀୟ କଂଗ୍ରେସ ନେତ୍ରୀ କହିଛନ୍ତି ଯେ ତାଙ୍କ ପୁସ୍ତକ ପାଠକ ମାନଙ୍କୁ ତାଙ୍କ ପରିବାରର ସାର୍ବଜନୀନ ପ୍ରତିଛବି ପଛରେ ଲୁଚି ରହିଥିବା ମାନବୀୟ ଭାବନା ଗଭୀରତା କୁ ନେଇଯାଏ ଏବଂ ଇନ୍ଦିରା ଗାନ୍ଧୀ ଙ୍କ ହତ୍ୟା ଏବଂ ଏହା ପରେ ତାଙ୍କ ସ୍ୱାମୀ ରାଜୀବ ଗାନ୍ଧୀ ଙ୍କ ହତ୍ୟା ରେ ତାଙ୍କ ଜୀବନ ସମ୍ପୂର୍ଣ ନଷ୍ଟ ହୋଇଯାଇଥିଲା ।ତେବେ ଏହି କ୍ଷତି ତାଙ୍କୁ କଡା ସୁରକ୍ଷା ମଧ୍ୟରୁ ବାହାରି କଂଗ୍ରେସ ଦଳ ର ନେତୃତ୍ୱ ଗ୍ରହଣ କରିବାକୁ ବାଧ୍ୟ କରିଥିଲା । ତେବେ ଏହି କଥା ପାଠକ ମାନଙ୍କୁ ଆମ ସମୟ ର ରାଜନୈତିକ ନେତା ଙ୍କ ଦୃଷ୍ଟି କୋଣରୁ ଭାରତରେ ଛଅ ଦଶନ୍ଧି ଧରି ଚାଲିଥିବା ଗୋପନ ରାଜନୈତିକ ଘଟଣା ର ଏକ ଅନନ୍ୟ ଉଦାହରଣ ।ଏହି ପୁସ୍ତକ ର ସ୍ଥାନୀୟ ମାର୍କେଟିଙ୍ଗ ପ୍ରବନ୍ଧନ କରିବା ନଭେମ୍ବର ରେ ଉନ୍ମୋଚନ ହେବାକୁ ଥିବା ଆଗାମୀ ପୁସ୍ତକ ପାଇଁ ଅଧିକ ଚାହିଦା ରହିବ ।